ସୁବର୍ଣ୍ଣପୁର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାପା ଓ ବଡ ପୁଅଙ୍କ ମୃତ୍ୟୁ, ସାନ ପୁଅ ଗୁରୁତର

ସୁବର୍ଣ୍ଣପୁର(କେନ୍ୟୁଜ୍): ବିଦ୍ୟୁତ୍ ତାର ନେଲା ଜୀବନ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାପା ଓ ବଡ ପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ସାନ ପୁଅର ଅବସ୍ଥା ଗୁରୁତର ରହିଛି। ଗୁରୁତର ଅବସ୍ଥାରେ ତାକୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ଜଙ୍ଗଲରେ ଏହି ଅଘଟଣ ଘଟିଛି। ବାପାଙ୍କ ସହ ଦୁଇ ପୁଅ ଜଙ୍ଗଲକୁ ଯାଇଥିବାବେଳେ ବାର୍‌ହା ଶୀକାର ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।