ଆଶା ସଂଚାରୁଛି ଓଟିଏମ୍ : ଜବରଦଖଲରେ ଥିବା ଜମିକୁ ବୁଲିଦେଖିଲେ ଜିଲ୍ଲାପାଳ

ନିକଟରେ ବନ୍ଦ ପଡିଥିବା ଓଟିଏମ ର ସମସ୍ତ ଜମିକୁ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା। ସରକାରୀ ସ୍ତରରେ ଲିକ୍ୟୁଡେଟରଙ୍କ ମାଧ୍ୟମରେ ଶ୍ରମିକଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିବା ସହ ଇଡ଼କୋ କୁ ସମସ୍ତ ଜମି ହସ୍ତାନ୍ତର କରାଜାଇଥିଲା।

କଟକ(କେନ୍ୟୁଜ୍):  କଟକ ଜିଲ୍ଲା ଚୌଦ୍ୱାରରେ ବନ୍ଦ ପଡ଼ିଥିବା ଓଟିଏମ ସହିତ ଏହାର ସଂଲଗ୍ନ ସ୍ଥାନ ପରିଦର୍ଶନ କରିଛନ୍ତି କଟକ ଜିଲ୍ଲାପାଳ । ଏହି ପରିଦର୍ଶନ ଚୌଦ୍ୱାରବାସୀ ଓ ଶ୍ରମିକ ପରିବାରଙ୍କ ମନରେ ଏକ ନୂଆ ଆଶା ସଂଚାର କରିଛି। ନିକଟରେ ବନ୍ଦ ପଡିଥିବା ଓଟିଏମ ର ସମସ୍ତ ଜମିକୁ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା। ସରକାରୀ ସ୍ତରରେ ଲିକ୍ୟୁଡେଟରଙ୍କ ମାଧ୍ୟମରେ ଶ୍ରମିକଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିବା ସହ ଇଡ଼କୋ କୁ ସମସ୍ତ ଜମି ହସ୍ତାନ୍ତର କରାଜାଇଥିଲା।

ଆଜିର ପରିଦର୍ଶନରେ ଜିଲ୍ଲାପାଳ ଓଟିଏମ ର ସମସ୍ତ ଜମି ସହ ଜବରଦଖଲରେ ଥିବା ଜମିକୁ ମଧ୍ୟ ଦେଖିଥିଲେ। ନିକଟରେ ଏ ଅଞ୍ଚଳର ଆର୍ଥିକ ବିକାଶ ପାଇଁ ଖାଲି ଜମିରେ ଶୀଘ୍ର ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି କହିଥିଲେ। ଏଥି ସହ ଓଟିଏମ କଲୋନି ବାସୀମାନେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.