ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ କିଡନୀ ଦେଇ ବଞ୍ଚାଇଲା ଭାଇ, ରଖିଲା ରାକ୍ଷୀର ମାନ

ଭଉଣୀକୁ କିଡନୀ ଦେଇ ରାକ୍ଷୀର ମହତ୍ତ୍ୱ ରଖିଲା ଭାଇ । ମୋ ଭଉଣୀ କିଡନୀ ରୋଗରେ ୨୦୧୭ରୁ ଝଟପଟ ହେଉଥିଲା । ଆଉ ରାକ୍ଷୀ ଦିନ ମୁଁ କିଡନୀ ଦେଇ ତାକୁ ଯନ୍ତ୍ରଣାରୁ ମୁକ୍ତି ଦେଇଛି । ଭଗବାନ ତାକୁ ଖସିରେ ରଖନ୍ତୁ ।

ଭାଇ ଭଉଣୀର ଅତୁଟ ବନ୍ଧନ ହେଉଛି ରକ୍ଷାବନ୍ଧନ ବା ରାକ୍ଷୀପୂର୍ଣ୍ଣମୀ । ଆଉ ଏହି ଦିନରେ ଭଉଣୀକୁ କିଡନୀ ଦେଇ ଜୀବନ ବଞ୍ଚାଇଛି ଭାଇ । ଏଭଳି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ଭଉଣୀର କଷ୍ଟ ସହି ନ ପାରି ଭାଇ ନିଜର କିଡନୀ ଦାନ କରିଛି ।

ଖବର ମୁତାବକ, ହାଇଦ୍ରାବାଦରେ ଦୁଷ୍ମନ୍ତ ଏବଂ ଶୀତଲ ଦୁଇ ଭାଇ ଭଉଣୀ ପୁନେର ବାସିନ୍ଦା । ଶୀତଲଙ୍କୁ ଡାଏଲିସିସ ପରେ ଦୁର୍ବଳତା, ଅନିଦ୍ରା ଇତ୍ୟାଦି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ଦୁର୍ବଳ ଲାଗିବା ଯୋଗୁଁ କାମ କରିବାକୁ ଅସମର୍ଥ ଥିଲେ ଶୀତଲ । କିଡନୀ ଜନିତ ସମସ୍ୟା ଥିବାରୁ ଭାଇ ଭଉଣୀକୁ କିଡନୀ ଦେବାକୁ ମନସ୍ଥ କରିଥିଲା । ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ କିଡନୀ ଦାନ କରିବା ପାଇଁ ଭାଇ ପୂର୍ବରୁ ରେଜିଷ୍ଟ୍ରେସନ କରିଥିଲା । ଆଉ ରାକ୍ଷୀ ଦିନ ଭଉଣୀ ଶୀତଲଙ୍କୁ କିଡନୀ ଦାନ କରିଥିଲେ ଦୁଷ୍ମନ୍ତ ।

୨୦୧୭ରେ କିଡନୀ ଜନିତ ସମସ୍ୟାରେ ପୀଡିତ ହୋଇଥିଲେ ଶୀତଲ । ଶୀତଲଙ୍କ ଯନ୍ତ୍ରଣାକୁ ସହିପାରୁନଥିଲେ ଦୁଷ୍ମନ୍ତ। ତେଣୁ ହାଇଦ୍ରାବାଦର ଏସିଆନ ଇନଷ୍ଟିଚ୍ୟୁଟ ଅଫ ନେଫ୍ରୋଲୋଜି ଆଣ୍ଡ ୟୁରୋଲୋଜିର ଡା. ସୁଜିଥ ରେଡ୍ଡୀ ସଫଳତାପୂର୍ବକ ଶୀତଲଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.