କଟକ ମାଲଗୋଦାମ ଡାଲି ବ୍ୟବସାୟୀ ହତ୍ୟା ଘଟଣା: ୮ ବର୍ଷ ପରେ ପୋଲିସ୍ କବଜାରେ ସାର୍ପ ସୁଟର

କଟକ (କେନ୍ୟୁଜ୍): ଆଠ ବର୍ଷ ପରେ ପୋଲିସ କବଜାରେ ସାର୍ପ ସୁଟର । ବହୁ ଚର୍ଚ୍ଚିତ କଟକ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ତୟବ ହତ୍ୟାକାଣ୍ଡରେ ଆଉ ଜଣେ ଫେରାର ଅଭିଯୁକ୍ତ ଅଭିଯୁକ୍ତ ଓ୍ଵାସିମକୁ ଧରିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କାର୍ଡ଼ ।
ଜିଲ୍ଲା ବାହାରେ ଲୁଚି ଥିଲା ଅଭିଯୁକ୍ତ । ଆଜି ଅଭିଯୁକ୍ତକୁ ନେଇ ସିନରିକ୍ରିଏଟ କରିପାରେ କମିଶନରେଟ ପୋଲିସ । ଆଜି ଏ ନେଇ ସବିଶେଷ ସୂଚନା ଦେବେ କଟକ ଡିସିପି । ୨୦୧୪ ମସିହା ନଭେମ୍ବର ୧୨ ତାରିଖରେ ମହମ୍ମଦ ଫାରୁକ ତୟବଙ୍କୁ ୭ ଜଣ ଦୁବୃତ୍ତ ଗୁଳିମାରି ହତ୍ୟା କରିଥିଲେ । ମାମଲାରେ ଗିରଫଦାରୀ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଘଟଣାରେ ପୂର୍ବରୁ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ ।