କଟକ ମହାନଗର ନିଗମର ଅନ୍ତିମ ଭୋଟର ତାଲିକା ପ୍ରକାଶ: ମୋଟ ୫୯ଟି ୱାର୍ଡରେ ଅଛନ୍ତି ୪ଲକ୍ଷ ୫୦ ହଜାର ୭୫୯ ଭୋଟର

କଟକ (କେନ୍ଯୁଜ୍): କଟକ ମହାନଗର ନିଗମର ଅନ୍ତିମ ଭୋଟର ତାଲିକା ପ୍ରକାଶ। ମୋଟ ୫୯ଟି ୱାର୍ଡରେ ଅଛନ୍ତି ସମୁଦାୟ ୪ଲକ୍ଷ ୫୦ ହଜାର ୭୫୯ ଭୋଟର। ପୁରୁଷ ଭୋଟର ସଂଖ୍ୟା ୨ଲକ୍ଷ ୩୧ହଜାର ୩୦ ଥିବା ବେଳେ ମହିଳା ଭୋଟର ସଂଖ୍ୟା ୨ଲକ୍ଷ ୧୯ହଜାର ୫୯୮। ୧୩୧ ଜଣ ଥାର୍ଡ ଜେଣ୍ଡର ରହିଛନ୍ତି। ୨୫ ନମ୍ବର ୱାର୍ଡରେ ସର୍ବାଧିକ ୧୦ ହଜାର ୧୦୬ଜଣ ଭୋଟର ଓ ୨୪ ନଂ ୱାର୍ଡରେ ସର୍ବନିମ୍ନ ୪୫୦୪ ଜଣ ଭୋଟର ରହିଛନ୍ତି।

ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି ସିଏମସି। ଜନସଂଖ୍ୟା ବୃଦ୍ଧି ପାଇଥିବାରୁ ଚଳିତ ଥର ନିର୍ବାଚନରେ ବୃଦ୍ଧି ପାଇପାରେ ବୁଥ ସଂଖ୍ୟା। ପ୍ରତି ବୁଥ୍‌ରେ ହଜାରେରୁ ୧୨ଶହ ଭୋଟରଙ୍କ ମତଦାନ ପାଇଁ ବ୍ୟବସ୍ଥା ରହିଛି। ବୁଥ ଭେରିଫିକେସନ କାର୍ଯ୍ୟ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.