ନାବାଳିକାର ବାହାଘର ବନ୍ଦ କଲା ସିଡବ୍ଲ୍ୟୁସି

ବାସୁଦେବପୁର(କେନ୍ଯୁଜ୍): ବାସୁଦେବପୁର ବ୍ଲକର ନରସିଂହପୁର ପଂଚାୟତ ଜୟପୁର ଗାଁରେ ଏକ ନାବାଳିକାର ବାହାଘର ବନ୍ଦ କଲା ସିଡବ୍ଲ୍ୟୁସି । ସେହି ଗ୍ରାମର ଶମ୍ଭୁନାଥ ସାହୁଙ୍କ ନାବାଳିକା କନ୍ୟା ସହିତ ବ୍ରାହ୍ମଣ ଗାଁର ଏକ ଯୁବକଙ୍କ ସହିତ ବାସୁଦେବପୁର ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ବାହାଘର ପାଇଁ ସ୍ଥିର ହୋଇଥିଲା । ଏନେଇ ବାହାଘର ପାଇଁ ଝିଅ ଘର ପ୍ରସ୍ତୁତି ହେଉଥିବାବେଳେ ଠିକ ସମୟରେ ଖବର ପାଇ ଶମ୍ଭୁନାଥଙ୍କ ଘରେ ପହଞ୍ଚିଥିଲା ସମାଜ ମଂଗଳ ଅଧିକାରୀ, ବାସୁଦେବପୁର ସିଡିପିଓ ଓ ପୋଲିସ ଟିମ । ବାହାଘର ପାଇଁ ସଜବାଜ ହୋଇ ବସିଥିଲେ କନ୍ୟା । ଘରେ ବନ୍ଧୁ ବାନ୍ଧବଙ୍କ ଗହଳି ଜମିଥିଲା ।

ଠିକ ଏତିକି ବେଳେ ଘରେ ମଙ୍ଗଳ ଅଧିକାରୀ ପହଂଚି ନାବାଳିକା କନ୍ୟାର ବୟସ ପ୍ରମାଣପତ୍ର ମାଗିଥିଲେ । ଏନେଇ ଆଧାର କାର୍ଡ ଅନୁସାରେ ଝିଅର ବୟସ ହୋଇଯାଇଛି କହି ବୟସ ପ୍ରମାଣ ପତ୍ର ଦେଖାଇବାକୁ ରାଜି ହୋଇନଥିଲେ ଝିଅର ପରିବାର ଲୋକେ । ଅନ୍ଯପଟେ ଝିଅଟି ୮ମ ଶ୍ରେଣୀର ଛାତ୍ରୀ ବୋଲି ଜାଣିବା ପରେ ପୋଲିସ ଝିଅକୁ ନେଇ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.