ଆଜି ମହାପ୍ରଭୁଙ୍କ ପବିତ୍ର ନବମୀ ଦର୍ଶନ, ସଂଧ୍ୟା ଧୂପ ପରେ ଆସନ୍ତାକାଲି ବାହୁଡା ପାଇଁ ଶ୍ରୀଜିଉଙ୍କ ସେନାପଟା ଲାଗି କରାଯିବ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ନବମୀ ସଂଧ୍ୟା ଦର୍ଶନ । ହେଲେ କୋଭିଡ କଟକଣା ଯୋଗୁ ଭକ୍ତ ସଂଧ୍ୟା ଦର୍ଶନରୁ ବଞ୍ଚିତ ରହିବେ । ମହପ୍ରଭୁଙ୍କ କେବଳ ଦୈନନ୍ଦିନ ନୀତିକାନ୍ତି ହେବ । ଆଜି ସଂଧ୍ୟା ଧୂପ ପରେ ଆସନ୍ତାକାଲି ବାହୁଡା ପାଇଁ ମହାପ୍ରଭୁଙ୍କ ସେନାପଟା ଲାଗି କରାଯିବ ।

ସେପଟେ ଆସନ୍ତାକାଲି ପବିତ୍ର ବାହୁଡା ଯାତ୍ରା। ଭାଇ, ଭଉଣୀଙ୍କୁ ଧରି ନଅ ଦିନର ଯାତ୍ରା ସାରି  ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିରରେ ବାହୁଡା ପାଇଁ ସମସ୍ତ ପସ୍ତୁତି ଶେଷ ହୋଇଛି । କାଲି ବାହୁଡା ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ରାତି ୧୦ଟାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.