ଗ୍ରାହକଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ୪୫ ହଜାର ଟଙ୍କା ଗାଏବ, ଫିକ୍ସ ଥିବା ସବୁତକ ଜମା ରାଶିକୁ ନେଇଗଲା ସାଇବର ଠକ

ବାଲେଶ୍ୱର(କେନ୍ଯୁଜ୍): ଗ୍ରାହକଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ୪୫ ହଜାର ଟଙ୍କା ଗାଏବ । ଫିକ୍ସ ଥିବା ସବୁତକ ଜମା ରାଶିକୁ ନେଇଗଲା ସାଇବର ଠକ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ବାଲିଗୋହିରୀ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ ।
ବାଲେଶ୍ୱର ଇଣ୍ଡସ୍ ଇଣ୍ଡ ବ୍ୟାଙ୍କରେ ଜ୍ୟୋସ୍ନାରାଣୀ ପାତ୍ର ୧୦ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ କରିଥିଲେ । ୨୦୨୪ରେ ଏହି ଫିକ୍ସ ଆମାଉଣ୍ଟର ମ୍ୟାଚୁରିଟି ହେବାକୁ ଥିବା ବେଳେ ୨୮ତାରିଖରେ ଆକାଉଣ୍ଟରେ ଫିକ୍ସ ଥିବା ୧୦ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା । ଜ୍ୟୋତ୍ସ୍ନା ଓ ତାଙ୍କ ସ୍ୱାମୀ ସମୀର ପ୍ରଧାନ ବ୍ୟାଙ୍କକୁ ଆସି ସେଭିଂ ଆକାଉଣ୍ଟରେ ଥିବା ଟଙ୍କା କଥା ବୁଝିଥିଲେ ।
ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଜମା ଖାତାରେ କୌଣସି ଟଙ୍କା ନଥିବା ପ୍ରକାଶ କରିଥିଲେ । ତେବେ ଅଜି ମଧ୍ୟ ଚାହୁଁ ଚାହୁଁ ଆଉ ୨ଲକ୍ଷ ୪୫ ହଜାର ଟଙ୍କା ମଧ୍ୟ ସେଭିଂ ଆକାଉଣ୍ଟରୁ ଉଭାନ ହୋଇଯାଇଥିଲା । ଏନେଇ ସାଇବର ଥାନାରେ ଅଭିଯୋଗ ହୋଇଛି ।