ଦୁଇ ହଜାର କୋଟି ଟଙ୍କାର ‘ଗୁଲାବ’ କ୍ଷୟକ୍ଷତି: ଆନ୍ଧ୍ର ଓ ଓଡିଶାର ୭୦% ଚାଷ ଜମି ନଷ୍ଟ

ଭୁବନେଶ୍ବର(କେନ୍ଯୁଜ୍): ଗତ ରବିବାର ଓଡ଼ିଶା ଦେଇ ଆନ୍ଧ୍ରପ୍ରଦେଶରେ ହିଟ କରିଛି ବାତ୍ୟା ଗୁଲାବ । ଉଭୟ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଛି ବାତ୍ୟା । ପ୍ରାୟ ଦୁଇ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି । ବାତ୍ୟା ଯୋଗୁଁ ୭୦ ପ୍ରତିଶତ ଚାଷ ଜମି କ୍ଷୟକ୍ଷତି ହୋଇଛି । ସେହିପରି ୨୦ ପ୍ରତିଶତ କୋଠା ଘର ନଷ୍ଟ ହୋଇଛି । ଭାଙ୍ଗିଥିବା କୋଠା ମଧ୍ୟରୁ ୫୦ ପ୍ରତିଶତ ରେସିଡେନସିଆଲ କୋଠା ହୋଇଥିବା ବେଳେ ୩୨ ପ୍ରତିଶତ ଶିଳ୍ପାନୁଷ୍ଠାନ ଏବଂ ୧୮ ପ୍ରତିଶତ କମରସିଆଲ କୋଠାଘର ରହିଛି ।

ଏ ନେଇ ଗ୍ଲୋବାଲ ଡିଜାଷ୍ଟର ରିସ୍କ ମ୍ୟାନେଜମେଣ୍ଟ ଫାର୍ମ RMSI ଆକଳନ କରିଛି । ସେହିପରି ବାତ୍ୟା ଗୁଲାବ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗିଛି । ଗୁଲାବ ପ୍ରଭାବରେ ଆନ୍ଧ୍ରର ଶ୍ରୀକାକୁଲମ, ବିଜୟଓ୍ଵାଡା ସମେତ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ପବନ ବୋହିଥିଲା । ସେହିପରି ଆନ୍ଧ୍ରର ପୂର୍ବ ଓ ପଶ୍ଚିମ ଗୋଦାବରୀ, ଗୁଣ୍ଠୁର, ପ୍ରକାଶମ, କ୍ରିର୍ଣ୍ଣା ଜିଲ୍ଳାରେ ବନ୍ୟା ହୋଇଥିଲା । ଓଡ଼ିଶାର ଭଦ୍ରକ, କେନ୍ଦ୍ରାପଡା, ପୁରୀ, ଯାଜପୁର, ଜଗତସିଂହପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ କାଜୁଆଲିଟି ମିଶନକୁ RMSI ପ୍ରଶଂସା କରିଛି । ରାଜ୍ୟରେ ୩୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ୨୦୪ରୁ ଅଧିକ ଆଶ୍ରୟସ୍ଥଳରେ ରଖାଯାଇଥିଲା । ମୁକାବିଲା ପାଇଁ ୭ ଜିଲ୍ଳାରେ ୪୨ଟି ଓଡ୍ରାଫ, ୨୪ଟି ଏନଡିଆରଏଫ ଓ ୧୦୩ଟି ଅଗ୍ନିଶମ ଟିମ ନିୟୋଜିତ ଥିବା RSSI ଉଲେଂଖ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.