ଆସୁଛି ବାତ୍ୟା : ଅବପାତର ରୂପ ନେବ ଘୁର୍ଣ୍ଣିବଳୟ, ୨୩ ରୁ୨୪ ବେଳକୁ ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ବାତ୍ୟା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୩ କିମ୍ବା ୨୪ ତାରିଖ ବେଳକୁ ବାତ୍ୟା ହେବ । ବର୍ତ୍ତମାନ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହା ଧୀରେ ଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

୨୨ତାରିଖ ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବ। କେନ୍ଦ୍ରୀୟ ବଙ୍ଗୋପସାଗର ଓ ନିକଟସ୍ଥ ଦକ୍ଷିଣ ବଙ୍ଗୋପସାଗରରେ ଏହା କେନ୍ଦ୍ରୀଭୂତ ହେବ। ଏହା ପଶ୍ଚିମ – ଉତ୍ତର ପଶ୍ଚିମ ଦିଗକୁ ଗତି କରି ଧୀରେ ଧୀରେ ଆହୁରି ଘନୀଭୂତ ହେବ । ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୩ କିମ୍ବା ୨୪ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବ। କିନ୍ତୁ ଏହା କେଉଁ ଉପକୂଳ ଅତିକ୍ରମ କରିବ, ଏହାର ତୀବ୍ରତା କେତେ ରହିବ ତାର ପୂର୍ବାନୁମାନ କରାଯାଇନାହିଁ ବୋଲି ସେ କହିଛନ୍ତି ।

୨୩ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ନାହିଁ । ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୨୨ରୁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପବନର ବେଗ ୪୫ରୁ ୫୫କିମି ରହିପାରେ । ସେହିପରି ପବନର ବେଗ ୬୫କିମି ରହିପାରେ ବୋଲି କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.