ଓଡ଼ିଶା ପଡ଼ିବନି ବାତ୍ୟାର ପ୍ରଭାବ, ୭ତାରିଖ ଯାଏ ପ୍ରବଳ ବର୍ଷିବ

ଓଡ଼ିଶା ଉପରେ ପଡ଼ିବନି ବାତ୍ୟାର ପ୍ରଭାବ। କିନ୍ତୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୩ଦିନ ପ୍ରବଳ ବର୍ଷା ହେବ। କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ କାଲି ୫ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଓଡ଼ିଶା ଉପରେ ପଡ଼ିବନି ବାତ୍ୟାର ପ୍ରଭାବ। କିନ୍ତୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୩ଦିନ ପ୍ରବଳ ବର୍ଷା ହେବ। କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ କାଲି ୫ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପୂର୍ବତଟ ରେଳପଥର ୬୦ଟି ଟ୍ରେନର ଚଳାଚଳକୁ ବାତିଲ କରାଯାଇଛି। ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ଚାଷୀ ଫସଲକୁ ସୁରକ୍ଷିତ ସ୍ଥାନକୁ ନେବାରେ ବ୍ୟସ୍ତ।

ଆନ୍ଧ୍ରରେ ହିଟ କରିବ ମିଗଜୋମ। ପରେ ଏହା ଦୁର୍ବଳ ହୋଇ ଓଡ଼ିଶା ମଧ୍ୟରେ ପ୍ରବେଶ କରିବ। ସେତେବେଳକୁ ସୁଦୃଶ୍ୟ ଲଘୁଚାପ ଓ ପରେ ଲଘୁଚାପରେ ପରିଣତ ହେବ। କିନ୍ତୁ ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୭ ତାରିଖ ଯାଏ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ପ୍ରବଳ ବର୍ଷା ପାଇଁ କାଲି ସକାଳ ଯାଏ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମକୁ ୟେଲୋ ଆଲର୍ଟ ଜାରି ହୋଇଛି।

କାଲି ବଢିବ ବର୍ଷାର ପରିମାଣ ଓ ବିସ୍ତୃତି। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା ପାଇଁ ୪ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଏବଂ ୬ତାରିଖରେ ୧୨ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଚେନ୍ନାଇ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ପାଇଁ ୬୦ଟି ଟ୍ରେନର ଚଳାଚଳକୁ ବାତିଲ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.