ବାତ୍ଯା ପେଥାଇ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ, ଧାନ ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ

ଭୁବନେଶ୍ବର : ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ପାଥୋଇ ପ୍ରଭାବରେ ବର୍ଷା ଆରମ୍ଭ। ଝିପିଝିପି ବର୍ଷା ପାଇଁ ଆତଙ୍କିତ ହୋଇପଡ଼ିଛନ୍ତି ଚାଷୀ। ଧାନଚାଷୀଙ୍କ ମୁଣ୍ଡରେ ପଡ଼ିଲାଣି ଚଡ଼କ। ବିଲରେ ପଡ଼ିରହିଛି ଅମଳ ଧାନ। କିଛି ସ୍ଥାନରେ କଟା ଧାନକୁ ଘରେ ରଖି ସୁରକ୍ଷିତ ରଖାଯାଉଛି। ଅଳ୍ପସମୟରେ ଏତେ ଧାନକୁ ସୁରକ୍ଷିତ ରଖଇବା ଅସମ୍ଭବ ହୋଇପଡିଛି। କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଭୟକୁ ଦ୍ୱିଗୁଣିତ କରିଦେଇଛି। ତିତଲି ଭୟ ମନରୁ ଲିଭି ନଥିବା ବେଳେ ପୁଣି ଆ,ଲଘୁଚାପ ବର୍ଷା। ଋଣକରଜ କରି ଧାନ ଚାଷ କରିଥିବା ଚାଷୀ ଏବେ କିପରି ଭରଣା କରିବ ତାକୁ ନେଇ ଦ୍ୱନ୍ଦ୍ୱରେ।

ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇଛି ପେଥାଇ । ମଛଲିପଟ୍ଟନମ ଠାରୁ ୫୬୦ କିମି ଦୂରରେ ରହିିଛି ବାତ୍ୟା । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ କମ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିନ୍ତୁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ୩୦ରୁ ୪୦ କିମି ବେଗରେ ପବନ ବହିବ। ଆସନ୍ତାକାଲି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ପୁରୀ, ନୂଆପଡ଼ାରେ ମଧ୍ୟ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଚାଷୀମାନଙ୍କୁ ଫସଳ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ସମୁଦ୍ର ଅଶାନ୍ତ ରହୁଥିବାରୁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.