ଦାରିଙ୍ଗିବାଡ଼ି ଫରେଷ୍ଟ କଲୋନୀରେ ମହିଳା ଫରେଷ୍ଟ ଗାର୍ଡଙ୍କୁ ଗଳାକାଟି ହତ୍ୟା ମାମଲା, ଅଭିଯୁକ୍ତକୁ ମିଳିଲା ଆଜୀବନ କାରାଦଣ୍ଡାଦେଶ

କନ୍ଧମାଳ(କେନ୍ଯୁଜ୍) : କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା ଫରେଷ୍ଟ କଲୋନୀରେ ମହିଳା ଫରେଷ୍ଟ ଗାର୍ଡଙ୍କୁ ଗଳାକାଟି ହତ୍ୟା ମାମଲାରେ ଦଣ୍ଡାଦେଶ । ଅଭିଯୁକ୍ତକୁ ବାଲିଗୁଡ଼ା ଏଡିଜେ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତ ରାଇକିଆ ଥାନା ଚୂନପାଲି ଗାଁର ବୃନ୍ଦାବନ ନାୟକ । ୨୦୧୭ ମାର୍ଚ୍ଚ ମାସରେ ଏହି ହତ୍ୟାକାଣ୍ଡ ଘଟିଥିଲା । କୋଟଗଡ଼ ରେଞ୍ଜ ସୋନପୁର ବିଟରେ କାର‌୍ୟ୍ୟରତ ମହିଳା ଫରେଷ୍ଟ ଗାର୍ଡ ବନିତା ଦିଗାଲଙ୍କୁ ହତ୍ୟା କରିଥିଲା ବୃନ୍ଦାବନ । ଧାରୁଆ ଅସ୍ତ୍ରରେ ବନିତାଙ୍କ ବେକକୁ କାଟି ଦେଇଥିଲା ଅଭିଯୁକ୍ତ ।

Leave A Reply

Your email address will not be published.