ବର୍ଷାଙ୍କୁ ବ୍ୟକ୍ତିଗତ ହମ୍‌ଲା ବୁମେରାଂ, ପ୍ରସଙ୍ଗ ଛାଡି ଅପ୍ରସଙ୍ଗକୁ ଅସ୍ତ୍ର କରିଥିଲେ ବିରୋଧୀ

ଭୁବନେଶ୍ୱର(କେନ୍ୟୁଜ୍): ପଦ୍ମପୁର ଉପନିର୍ବାଚନରେ ବିଜେପି ପାଇଁ ବୁମେରାଂ ହେଲା ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ ଟାର୍ଗେଟ କରିବା । ପ୍ରସଙ୍ଗ ଛାଡି ଅପ୍ରସଙ୍ଗକୁ ଅସ୍ତ୍ର କରିଥିଲେ ବିରୋଧୀ । ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅପପ୍ରଚାର କରିଥିଲେ । ତାଙ୍କର ସମ୍ମାନହାନୀ ହେବା ଭଳି ମନ୍ତବ୍ୟ ଦେଇଥିଲେ ବିଜେପିର ବରିଷ୍ଠ ନେତା ।

ପ୍ରଚାରର ଶେଷ ପର୍ଯ୍ୟାୟରେ ବର୍ଷାଙ୍କୁ ନେଇ ପଦ୍ମପୁରରୁ ଭୁବନେଶ୍ୱର ଯାଏ କମ୍ପନ ହୋଇଥିଲା । ମୁହଁତୋଡ ଜବାବ ବି ଦେଇଥିଲେ ବର୍ଷା । କହିଥିଲେ, ମାଟିର ଝିଅ । ମରିବା ଯାଏ ପଦ୍ମପୁର ଲୋକଙ୍କ ସେବା କରିବେ । ବିଜୟ ପରେ ମୁଖ୍ୟମନ୍ତ୍ରୀ ବି କହିଛନ୍ତି ସେ କାହିଁକି ପଦ୍ମପୁର ଗଲେ । ବାପା ହରାଇଥିବା ଦୁଃଖରେ ଥିବା ମହିଳାଙ୍କୁ ଅସମ୍ମାନ କଲେ ବିଜେପିର କିଛି ନେତା ।

ମହିଳାଙ୍କୁ ଅସମ୍ମାନ ବହୁତ ଦୁଃଖ ଦେଲା । ଜଣେ ବାପା, ଭାଇ ଓ ବନ୍ଧୁ ଭଳି ବର୍ଷା ସିଂଙ୍କ ପାଖରେ ଠିଆ ହେବାକୁ ନିଷ୍ପତ୍ତି ନେଇ ପଦ୍ମପୁର ଯାଇଥିଲେ । ମହିଳାମାନଙ୍କୁ ଅସମ୍ମାନ କଲେ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ ବୋଲି ବିରୋଧୀଙ୍କୁ ଚେତେଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.