କାଜୁ ଜଙ୍ଗଲ ନିକଟରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର, ଟିଉସନ ଆସି ଫେରି ନଥିଲେ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ମଜୁରୀ (ଖୋଲ ତରଳା )ଗ୍ରାମ ନିକଟ କାଜୁ ଜଙ୍ଗଲ ନିକଟରୁ  ଛାତ୍ରୀଙ୍କ ମୃତ ଦେହ ଠାବ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ  +2 ପ୍ରଥମ ବର୍ଷର ଛାତ୍ରୀ ଜସ୍ମିନୀ ସାହୁ ।

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ମଜୁରୀ (ଖୋଲ ତରଳା )ଗ୍ରାମ ନିକଟ କାଜୁ ଜଙ୍ଗଲ ନିକଟରୁ  ଛାତ୍ରୀଙ୍କ ମୃତ ଦେହ ଠାବ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ  +2 ପ୍ରଥମ ବର୍ଷର ଛାତ୍ରୀ ଜସ୍ମିନୀ ସାହୁ ।  ମୃତ ଜସ୍ମିନୀ ଗତକାଲି ଦିନ ୨ଟା ସମୟରୁ ବସରେ ବସି ସହର ମଧ୍ୟରୁ ଟିଉସନ ଆସି ଥିବା ବେଳେ ସଂଧ୍ୟା ୬ଟା ସମୟରେ କୋଚିଙ୍ଗ ସେଣ୍ଟରରୁ ଟିଉସନ  ସାରି ଘରକୁ ଫେରିଥିଲେ ।

ହେଲେ ସେ ଆସି ଘରେ ପହଂଚି ନଥିଲେ ବୋଲି ଅଭିଯୋଗ ହୋଇଛି । ଆଜି ତାଙ୍କର କ୍ଷତ ବିକ୍ଷତ ମୃତ ଦେହ ଘର ନିକଟସ୍ଥ କାଜୁ ଜଙ୍ଗଲରୁ ମିଳିଛି । ମୃତ ଦେହକୁ ଖଣ୍ଡେ ଦୁର ଘୋଷଡ଼ା ଜାଇଥିବା ବେଳେ ରକ୍ତ ପଡିଥିବା ଦେଖା ଯାଇଛି । ମୃତ ଦେହ ନିକଟରେ ରକ୍ତ ଲଗା ଏକ ପଥର ପଡ଼ିଛି । ତାଙ୍କର ଓନି ଖଣ୍ଡେ ଦୂରରେ ପଡ଼ିଥିବା ବେଳେ ଦୁଇଟି ଚପଲ ଏଣେ ତେଣେ ପଡ଼ି ରହିଛି ।

ମୃତ ଛାତ୍ରୀଙ୍କ ଘର ମଙ୍ଗଳପୁର ଗ୍ରାମର ମଜୁରୀ ସାହିରେ ।  ଘଟଣାସ୍ଥଳରେ ପୋଲିସ ଓ ସନ୍ଧାନୀ କୁକୁର ପହଞ୍ଚି  ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହତ୍ୟା ସମ୍ପର୍କରେ ଜଣା ପଡିବ ବୋଲି ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.