Below header

କଣ କିଛି ଘଟିବ କି ମାର୍ଚ୍ଚ ୧୫ ପରେ ? ଏମିତି କିଛି ଚର୍ଚ୍ଚା ଚାଲିଛି

ଦୁନିଆ ଧ୍ୱଂସ ହୋଇଯିବ । ଚାରିଆଡ଼େ ହାହାକାର ପଡ଼ିବ । ଅନ୍ଧାର ଘୋଟି ଆସିବ । ସମୁଦ୍ର ମାଡ଼ି ଆସିବ । …

ଦୁନିଆ ଧ୍ୱଂସ ହୋଇଯିବ । ଚାରିଆଡ଼େ ହାହାକାର ପଡ଼ିବ । ଅନ୍ଧାର ଘୋଟି ଆସିବ । ସମୁଦ୍ର ମାଡ଼ି ଆସିବ । … ଏମିତି ଅନେକ ଭବିଷ୍ୟବାଣୀ ପ୍ରାୟ ପ୍ରତିବର୍ଷ ଆମେ ଶୁଣନ୍ତି କି ପଢନ୍ତି । ନୂଆ ବର୍ଷ ଆରମ୍ଭରୁ ଏଭଳି ସବୁ ଆଲୋଚନା ହୁଏ । ତେବେ କିଛି ଘଟଣା ତ ଘଟେ ହେଲେ ପୃଥିବୀ ଯେମିତି କି ସେମିତି । ଧ୍ୱଂସ ହୁଏନି । ୨୦୨୪ ବର୍ଷର ଦୁଇ ମାସ ବିତି ଗଲାଣି । ଏଇ ବର୍ଷଟି ଅଧିବର୍ଷ ବା ଲିପ୍‌ ଇୟର ରହିଛି । ତେଣୁ ଫେବ୍ରୁଆରୀ ମାସ ହୋଇଛି ୨୯ ଦିନ । ଯାହା ପ୍ରତି ଚାରି ବର୍ଷରେ ଥରେ ଆସେ । ତେବେ ଏଥର କିଛି ଅଲଗା ଭବିଷ୍ୟତ ରହିଛି କି ୨୦୨୪ର ? ଆସନ୍ତୁ ଯେଉଁ ଚର୍ଚ୍ଚା ସବୁ ଚାଲିଛି ତା ଉପରେ ନଜର ପକାଇବା ।

ସବୁଥର ଭଳି ଏଥର ମଧ୍ୟ କିଛି ଜ୍ୟୋତିଷ ଭବିଷ୍ୟତବାଣୀ ଲୋକଙ୍କୁ ଡରାଇଛି । ଯେମିତିକି ସୁନାମି ଆସିବ, ତାପମାତ୍ରା ଏତେ ବଢ଼ିବ ଯେ ବରଫ ତରଳି ସମୁଦ୍ର ମାଡ଼ି ଆସିବ । ତା ସହିତ ଭୂମିକମ୍ପ, ଅଗ୍ନିକାଣ୍ଡ, ଯୁଦ୍ଧରେ ରକ୍ତପାତ, ଦୁର୍ଘଟଣା ଏମିତି ଅନେକ କଥା ଘଟିବ । ହେଲେ ଏସବୁ ଭିତରେ କିଛି ଦେଶ ଧ୍ୱଂସାଭିମୁଖୀ ହେବେ । ସେସବୁ ଦେଶର ନାଁ ମଧ୍ୟ କୁହାଯାଉଛି । ତେବେ ଏହା କେତେ ସତ ହେବ ସେକଥା କେବଳ ଆଗାମୀ ସମୟ ହିଁ କହିବ । ପ୍ରଥମେ ଯଦି ଦେଖିବା ତେବେ ନାଁ ଆସୁଛି କାନାଡ଼ାର । କାନାଡ଼ା ସରକାରଙ୍କ କିଛି ଭୁଲ ନିଷ୍ପତ୍ତି ଓ ନୀତି ଯୋଗୁଁ ଏହା ରସାତଳକୁ ଯିବ । ସେହିପରି ଜାପାନ ଟେକନୋଲୋଜିରେ ଯେତେ ଦକ୍ଷ ହେଲେ ମଧ୍ୟ ସୁନାମିରୁ ବର୍ତ୍ତିବ ନାହିଁ । ଏହାପରେ ଆସିବ ଆମେରିକାର କଥା । ଆମେରିକାକୁ ତାର ଯୁବଗୋଷ୍ଠୀ ନଷ୍ଟ କରିଦେବେ । ଆମେରିକା ପରେ ପାଳି ମାଲଡିଭ୍ସର । ଚୀନ୍‌ ସହିତ ବନ୍ଧୁତା କରି ନିଜକୁ ଶକ୍ତିଶାଳୀ ଭାବି ନେଇଥିବା ଏହି ଦ୍ୱୀପ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ରହିଛି । … ତେବେ ଧ୍ୱଂସଲୀଳାରୁ ବାଦ୍‌ ପଡ଼ିବନି ଆମ ଦେଶ ଭାରତ । ବିକାଶ ଆଡ଼କୁ ଦ୍ରୁତଗତିରେ ଅଗ୍ରସର ହେଉଥିବା ଭାରତ ନୈତିକତାରେ ସେତିକି ସେତିକି ତଳକୁ ଯାଉଛି । ଯାହାଫଳରେ ପାପ, ହିଂସା ଓ ଅସନ୍ତୋଷର ନିଆଁ ଜଳିବ । ବିକାଶ ଆଡ଼କୁ ଆଗେଇ ଯିବା ସହ ନିଜର ବିନାଶକୁ ମଧ୍ୟ ଡାକି ଆଣିବ ।

ତେବେ ଏଭଳି କିଛି ଭବିଷ୍ୟବାଣୀ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯଦି ପ୍ରକୃତରେ ଜ୍ୟୋତିଷ ଗଣନାକୁ ଦେଖିବା ତେବେ ଚଳିତ ବର୍ଷ ଶନିଙ୍କ ପ୍ରଭାବ ଅଧିକ ରହିବ । ଫଳରେ ବଡ଼ ବଡ଼ ଦୈବୀ ଦୁର୍ଘଟଣା ଘଟିବ । ଯୁଦ୍ଧ ବ୍ୟାପକ ହେବ ଏବଂ ରକ୍ତପାତ ବଢ଼ିବ । ବିଶେଷ କରି ବିକଶିତ ଦେଶଗୁଡ଼ିରେ ଯୁଦ୍ଧର ଭୟାବହତା ଦେଖାଦେବ । କରୋନା ଭଳି ବଡ଼ ରୋଗ ଆସି ମଣିଷ ଜୀବନ ନେବ । ଦୁର୍ନୀତି, ଭ୍ରଷ୍ଟାଚାର, ଚୋରି, ଲୁଣ୍ଠନ ଏବଂ ହିଂସାତ୍ମକ ଘଟଣା ସାରା ପୃଥିବୀରେ ବଢ଼ି ଚାଲିବ । ଭୂସ୍ଖଳନରେ ମଧ୍ୟ ଅନେକ ଲୋକ ମରିବେ । ତାତି ଏତେ ବଢ଼ିବ ଯେ ଆକାଶରୁ ଅଗ୍ନି ବର୍ଷା ହେଲା ଭଳି ଲାଗିବ ।

ଦେଶର ମୁଖ୍ୟମାନଙ୍କ ଭିତରେ ଅହଙ୍କାର ଯୋଗୁଁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ । ଆଉ ସାମ୍ପ୍ରଦାୟିକ ଦଙ୍ଗା ମଧ୍ୟ ଦେଖାଦେବ । ରାଜେନୈତିକ ଦଳଗୁଡ଼ିକ ମଧ୍ୟ ଘମାଘୋଟ ଲଢ଼େଇ ହେବ । ରାଜନୈତିକ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ ।

ହୁଏତ ଆମେ ଏସବୁ କଥାକୁ ମିଛ ବୋଲି କହି ଏଡ଼ାଇଯିବା । କାରଣ ଜ୍ୟୋତିଷଙ୍କ ଆକଳନକୁ ଆମେ ଶତପ୍ରତିଶତ ମାନୁନା କି ମାନିବାକୁ ବଦ୍ୟ ବି ନୁହେଁ । ହେଲେ ଯଦି ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବା ତେବେ କିଛି କଥା ନିଶ୍ଚୟ ସତ ହୋଇପାରେ । ଯେମିତିକି ତାପମାତ୍ରା ନିଶ୍ଚୟ ବଢ଼ିବ ଏବଂ ଲୋକଙ୍କୁ ହନ୍ତସନ୍ତ କରିବ । ଗ୍ଲୋବାଲ ଓ୍ଵାର୍ମିଂ ଯୋଗୁଁ ବରଫ ତରଳିବ,ବାତ୍ୟା ଓ ଭୂମିକମ୍ପ ତ ଘଟି ଚାଲିଛି । ତା ଉପରେ କାହାର ହାତ ହିଁ ନାହିଁ । ଯୁଦ୍ଧ ପରିସ୍ଥିତି ବଢ଼ି ଚାଲିଛି, ଏକଥାକୁ କେହି ଅସ୍ୱୀକାର କରି ପାରିବେ ନାହିଁ । ହେଲେ ଆମେ କଣ ପରମାଣୁ ବୋମାକୁ ନଷ୍ଟ କରି ପାରିବା ? ଇଏ ତ ସବୁଠୁ ବଡ଼ ବିପଦ ଦୁନିଆକୁ । ଯେଉଁ ଦୁର୍ନୀତି, ଭ୍ରଷ୍ଟାଚାର କଥା କୁହାଯାଉଛି ତାକୁ ତ ରୋକି ହେବ ନାହିଁ । ତେଣୁ ସବୁଠୁ ଯଦି ଆମେ ଖରାପ କାମ କରୁଛୁ ତେବେ ଭଲ ଫଳାଫଳ ପାଇବା କେମିତି ? ସେଥିଲାଗି କୁହାଯାଇଛି, ସବୁ କିଛି ଆମରି ହାତରେ । ଆମେ ଏ ଦୁନିଆକୁ ଯଦି ଭଲରେ ରଖିବାକୁ ଚାହିଁବା ତେବେ ରହିବ ନଚେତ ନିଶ୍ଚୟ ଧ୍ୱଂସ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.