ରାଜଧାନୀରେ ଏୟାରପୋର୍ଟ ଭଳି ବରମୁଣ୍ଡା ବସଷ୍ଟାଣ୍ଡ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ

ରାଜଧାନୀରେ ଏୟାରପୋର୍ଟ ଭଳି ବସଷ୍ଟାଣ୍ଡ । ବହୁ ପ୍ରତୀକ୍ଷିତ ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ ଉଦଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଉଦଘାଟନ କରିଛନ୍ତି ।

ଭୁବନେଶ୍ୱର : ରାଜଧାନୀରେ ଏୟାରପୋର୍ଟ ଭଳି ବସଷ୍ଟାଣ୍ଡ । ବହୁ ପ୍ରତୀକ୍ଷିତ ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ ଉଦଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଉଦଘାଟନ କରିଛନ୍ତି । ଏହାପରେ ବସଷ୍ଟାଣ୍ଡ ରେ ଯାତ୍ରୀଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ବୁଲି ଦେଖିଛନ୍ତି ।

ପ୍ରାୟ ୨୨୧ କୋଟି ଟଙ୍କା ବ୍ୟୟରେ ଏହି ବସ୍ ଟର୍ମିନାଲ ନିର୍ମିତ ହୋଇଛି । ଏୟାରପୋର୍ଟ ଭଳି ଅତ୍ୟାଧୁନିକ ସୁବିଧା ପାଇବେ ବସ୍ ଯାତ୍ରୀ । ଏସକାଲେଟର ସହ ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମାଗାର, ୧୪୪ଟି ବସ୍ ବେ, ଫୁଡ୍ କୋର୍ଟ ରହିଛି । ସେହିପରି ଆହାର କେନ୍ଦ୍ର, ମିଲେଟ କାଫେ, ରେଷ୍ଟୁରାଣ୍ଟ, ଶୌଚାଳୟ, ପିଇବା ପାଣି ବ୍ୟବସ୍ଥା, ବସ୍ ଟିକେଟ କାଉଣ୍ଟର, ବହୁତଳ କାର ପାର୍କିଂ ରହିଛି ।

ଯାତ୍ରୀଙ୍କ ଯାଞ୍ଚ ପାଇଁ ହାଇ ସିକ୍ୟୁରିଟି ବ୍ୟାରେଜ କାଉଣ୍ଟର । ଜରୁରୀକାଳୀନ ସେବା ପାଇଁ ମେଡିକାଲ ଆଉଟପୋଷ୍ଟ ମଧ୍ୟ ରହିଛି ।  ଏଠାରୁ ଦୈନିକ ୭୦୦ରୁ ୮୦୦ ଚଳାଚଳ କରିବ । ୩୫ ରୁ ୪୫ ହଜାର ଯାତ୍ରୀ ଯାଆସ କରିବେ । ଏଥିପାଇଁ ଏଠାରେ ପୋଲିସ ଆଉଟ୍ ପୋଷ୍ଟ ବି ଖୋଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.