ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ।

ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ପ୍ରଶାସନିକ ପ୍ରସ୍ତୁତି ଏବଂ ସୁରକ୍ଷା ସମ୍ପର୍କିତ ତଦାରଖ ବ୍ୟବସ୍ଥା ସମ୍ପର୍କରେ ଲୋକସେବା ଭବନରେ ପୋଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଭୁବନେଶ୍ବର ବିମାନ ବନ୍ଦର, ଚଣ୍ଡିଖୋଲ ହେଲିପ୍ୟାଡ୍ ଏବଂ କାର୍ଯ୍ୟକ୍ରମ ସ୍ଥଳରେ ସୁରକ୍ଷା ଓ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି । ଆସନ୍ତା ୫ ତାରିଖରେ ଚଣ୍ଡିଖୋଲର ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।

ପ୍ରାଧାନମନ୍ତ୍ରୀ ମୋଦି ତେଲେଙ୍ଗାନାରୁ କାର୍ଯ୍ୟକ୍ରମ ସରି ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବେ । ସେଠାରୁ ସେ ସ୍ବତନ୍ତ୍ର ହେଲିକପ୍ଟରରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଯାତ୍ରା କରି ଏକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ପରେ ଏକ ସାଧାରଣ ସଭାବେ ଯୋଗଦେବେ ।ସେଠାରୁ କାର୍ଯ୍ୟକ୍ରମ ସରିବା ପରେ ସଂଧ୍ୟାରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରି ବିମାନ ଯୋଗେ କୋଲକାତା ଅଭିମୁଖେ ଯାତ୍ରା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.