୩ଦିନ ହେଲା ସାଉଥ ଆଫ୍ରିକାରେ ଫସି ରହିଛି ଓଡ଼ିଆ ଶ୍ରମିକଙ୍କ ମୃତଦେହ, ଘରେ କାନ୍ଦ ବୋବାଳି

୩ଦିନ ହେଲା ସାଉଥ ଆଫ୍ରିକାରେ ଫସି ରହିଛି ଓଡ଼ିଆ ଶ୍ରମିକଙ୍କ ମୃତଦେହ। ଫେରାଇ ଆଣିବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କଲେ ପରିବାର ଲୋକେ। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ଗାଁର ଦିବାକର ଜେନା ଗତ ୭ମାସ ତଳେ ପାଣି ପାଇପ ମିସ୍ତ୍ରୀ ଭାବେ କାମକରିବା ପାଇଁ ଏକ ଏଜେଣ୍ଟ ମଧ୍ୟରେ ସାଉଥ ଆଫ୍ରିକାର କଙ୍ଗୋ ଯାଇଥିଲେ ।

ଆଳି : ୩ଦିନ ହେଲା ସାଉଥ ଆଫ୍ରିକାରେ ଫସି ରହିଛି ଓଡ଼ିଆ ଶ୍ରମିକଙ୍କ ମୃତଦେହ। ଫେରାଇ ଆଣିବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କଲେ ପରିବାର ଲୋକେ। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ଗାଁର ଦିବାକର ଜେନା ଗତ ୭ମାସ ତଳେ ପାଣି ପାଇପ ମିସ୍ତ୍ରୀ ଭାବେ କାମକରିବା ପାଇଁ ଏକ ଏଜେଣ୍ଟ ମଧ୍ୟରେ ସାଉଥ ଆଫ୍ରିକାର କଙ୍ଗୋ ଯାଇଥିଲେ ।

ହେଲେ ଗତ ଶୁକ୍ରବାର ଠାରୁ ଦିବାକରଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ଆଜି ଯାଏଁ ତାଙ୍କ ମୃତଦେହ ଘରକୁ ଫେରି ପାରୁନାହିଁ। ସେଠାରେ ଦିବାକରଙ୍କ କେମିତି ମୃତ୍ୟୁ ଘଟିଲା, ତାହା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ। ଏମିତି କି ଦିବାକର କାମକରୁଥିବା କମ୍ପାନୀ ତାଙ୍କ ମୃତଦେହ ଛାଡୁନଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପଟେ ପୁଅର ମୃତ୍ୟୁ ଖବର ପାଇବା ପରେ ଘରେ କାନ୍ଦବୋବାଳି ଲାଗିରହିଛି। ଦିବାକରଙ୍କ ମୃତଦେହ ଫେରାଇ ଆଣିବା ପାଇଁ ସରକାରଙ୍କୁ ପରିବାର ଲୋକେ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.