ବିହାର: ପୂଜାରୀଙ୍କୁ ଗୁଳି କରି ହତ୍ୟା; ତାଡ଼ିନେଲେ ଆଖି, କାଟିଦେଲେ ଗୁପ୍ତାଙ୍ଗ…

ବିହାରର ଗୋପାଳଗଞ୍ଜରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ପୂଜାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟା ପରେ ତାଙ୍କର ଦୁଇଟି ଆଖିକୁ ତାଡ଼ି ନିଆଯିବା ସହ ପ୍ରାଇଭେଟ୍‌ ପାର୍ଟକୁ ମଧ୍ୟ କାଟି ଦିଆଯାଇଛି।

ବିହାରର ଗୋପାଳଗଞ୍ଜରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ପୂଜାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟା ପରେ ତାଙ୍କର ଦୁଇଟି ଆଖିକୁ ତାଡ଼ି ନିଆଯିବା ସହ ପ୍ରାଇଭେଟ୍‌ ପାର୍ଟକୁ ମଧ୍ୟ କାଟି ଦିଆଯାଇଛି। ପୂଜାରୀଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଏନ୍‌ଏଚ୍‌-୨୭ ଅବରୋଧ କରି ପୋଲିସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି, ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଉପରକୁ ମଧ୍ୟ ପଥର ମାଡ଼ କରିଥିଲେ। ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଫାଙ୍କା ଗୁଳିଚାଳନା କରିଥିଲା।

ପୋଲିସ ସୂଚନା ମୁତାବକ, ମୃତକ ହେଲେ ମନୋଜ କୁମାର। ସେ ମାଞ୍ଝା ଥାନା ଅଧୀନ ଦାନାପୁର ଗାଁର ବାସିନ୍ଦା ଥିଲେ। ମନୋଜ ସେହି ଗାଁର ଶିବ ମନ୍ଦିରର ପୂଜକ ଥିଲେ। ପ୍ରାୟ ୬ ଦିନ ତଳେ ସେ ମନ୍ଦିରରେ ପୂଜା କରିବା ପାଇଁ ଘରୁ ବାହାରିଥିଲେ, ହେଲେ ଆଉ ଘରକୁ ଫେରି ନ ଥିଲେ। ସେବେଠାରୁ ସେ ନଖୋଜ ଥିଲେ। ସବୁଆଡ଼େ ଖୋଜାଖୋଜି ସତ୍ତ୍ୱେ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ଏହାପରେ ପରିବାର ଲୋକେ ପୋଲିସରେ ଜଣାଇଥିଲେ। ପୋଲିସ ଏ ନେଇ ମାମଲା ରୁଜୁ କରି ଖୋଜାଖୋଜି ଆରମ୍ଭ କରିଥିଲା।

ଗତକାଲି ନିଖୋଜ ମନୋଜଙ୍କ ମୃତଦେହ ଗାଁରେ ହିଁ ଏକ ବୁଦାମୂଳେ ପଡ଼ିଥିବାର ମିଳିଥିଲା। ଏହାପରେ ଘଟଣାସ୍ଥଳରେ ଗ୍ରାମବାସୀ ରୁଣ୍ଡ ହୋଇଯାଇଥିଲେ ଏବଂ ପୋଲିସ ଉପରେ ଦାୟିତ୍ୱହୀନତାର ଅଭିଯୋଗ ଲଗାଇଥିଲେ। ଉତ୍ତ୍ୟକ୍ତ ଲୋକେ ଅଭିଯୋଗ କରିଥିଲେ କି, ପୋଲିସର ହାୟିତ୍ୱହୀନତା ଯୋଗୁ ପୂଜାରୀ ହତ୍ୟାର ଶିକାର ହୋଇଛନ୍ତି। ତେବେ ହତ୍ୟାକାରୀ କିଏ ଏବଂ କେଉଁ ବିବାଦରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି, ତାହାର ଖୁଲାସା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। ଏହାସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ପୂଜାରୀଙ୍କ ଭାଇ ଗାଁର ପୂର୍ବତନ ମୁଖିଆ ଥିଲେ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.