Below header

ମାଆ ସମଲେଶ୍ୱରୀଙ୍କ ମନ୍ଦିର ନିକଟରେ ଥିବା ଦୋକାନ ଖୋଲିବାକୁ ଦାବି, ବ୍ୟାରିକେଡ ଲଗାଇ ରାଜରାସ୍ତା ଅବରୋଧ

ସମ୍ବଲପୁର: ଦୋକାନ ଖୋଲିବା ଦାବିରେ ରାଜରାସ୍ତା ବନ୍ଦ । କରୋନା ଯୋଗୁ ଦିର୍ଘ ଦିନ ହେବ ବନ୍ଦ ରହିଛି ମାଆ ସମଲେଶ୍ୱରୀଙ୍କ ମନ୍ଦିର ନିକଟରେ ଥିବା ଦୋକାନ ବଜାର । ବର୍ତ୍ତମାନ ମନ୍ଦିର ଖୋଲିଛି, ହେଲେ ଦୋକାନ ବଜାର ବନ୍ଦ ରହିଛି ।

ତେଣୁ ଏହି ଦୋକାନ ଗୁଡିକୁ ପୁଣି ଥରେ ଖୋଲିବା ପାଇଁ ଅନୁମତି ପ୍ରଦାନ ଦାବିରେ ଦୋକାନୀ ସଂଘ ରାଜରାସ୍ତାକୁ ଓହ୍ଲାଇଛନ୍ତି । ମା ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ରାସ୍ତାରେ ବ୍ୟାରିକେଡ ଲଗାଇ ରାସ୍ତା ଅବରୋଧ କରିଛନ୍ତି । କରୋନା କଟକଣା ପାଇଁ ମନ୍ଦିର ବନ୍ଦ ରହିଥିଲା ମାତ୍ର ବର୍ତ୍ତମାନ ମନ୍ଦିର ଖୋଲିଛି। ହେଲେ ଦୋକାନ ଖୋଲୁନଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ସଂଘ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.