ଭାରତ- ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଟିମ୍ ଇଣ୍ଡିଆକୁ ଦ୍ବିତୀୟ ଝଟକା, ପୂଜାରା ୧୭ ରନ କରି ହେଲେ ଆଉଟ୍
ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ଇଂଲଣ୍ଡ ଦଳ ପ୍ରଥମ ଇଂନିସରେ ୨୦୫ ରନ୍ କରି ଅଲ୍ଆଉଟ ହୋଇଛି। ଅକ୍ଷର ପଟେଲ ଏବଂ ଅଶ୍ବିନଙ୍କ ଦମଦାର ବୋଲିଂରେ ରୁଟ୍ ସେନା ଧରାଶାୟୀ ହୋଇଥିଲା। ଦୁହିଁଙ୍କ ଯୋଡି ୭ଟି ୱିକେଟ ନେଇଥିଲା।
ଏହାର ଜବାବରେ ନିଜ ପାଳିର ତୃତୀୟ ବଲରେ ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ୍ଙ୍କୁ ହରାଇଥିବା ଭାରତ ଗୋଟିଏ ୱିକେଟ୍ ବିନିମୟରେ ୨୪ ରନ୍ କରିଛି। କୋହଲି ବାହିନୀ ଏବେ ୧୮୧ ରନ୍ ପଛରେ ଥିଲା ବେଳେ ହାତରେ ୯ ୱିକେଟ୍ ରହିଛି। ପ୍ରଥମ ଦିନର ଖେଳ ବନ୍ଦ ବେଳକୁ ହିଟ୍ ମ୍ୟାନ୍ ରୋହିତ ଶର୍ମା ୧୭ ଓ ଚେତେଶ୍ବର ପୂଜାରା ୧୫ ରନ୍ କରି ଅପରାଜିତ ରହିଥିଲେ। ଆଜି ଦ୍ବିତୀୟ ଦିନରେ ଭାରତ ଖେଳ ଆରମ୍ଭ କରିଥିଲା। ୨୦ ଓଭର ସମାପ୍ତ ପରେ ଭାରତ ୧ ୱିକେଟ ହରାଇ ୩୪ ରନ କରିଛି। ରୋହିତ ଶର୍ମା ଏବଂ ପୂଜାରା ମଇଦାନରେ ରହିଛନ୍ତି।