ଭାରତୀୟ ବାୟୁସେନାରେ ତାଲିମ୍‌ରତ ଓଡିଆ ଯୁବ ଇଂଜିନିୟରଙ୍କ ଅକାଳ ବିୟୋଗ

ଯାଜପୁର ଟାଉନ୍(କେନ୍ଯୁଜ୍): ଭାରତୀୟ ବାୟୁସେନା ମେକାନିକାଲ ଡିଭିଜନରେ ତାଲିମ୍‌ରତ ଯୁବ ଇଂଜିନିୟର ତଥା ଦଶରଥପୁର ବ୍ଲକ ଡୋଭାବିଲ ଗ୍ରାମର ସୁପୁତ୍ର ସୁମନ୍ତ କୁମାର କର (୨୨)ଙ୍କ ଅକାଳ ବିୟୋଗ ଘଟିଛି । ସ୍ୱର୍ଗତ ଯୁବ ଇଂଜିନିୟର ଶ୍ରୀ କର ଗତ ୨୦୨୧ ଫେବୃୟାରୀ ମାସରେ ମୋକାନିକାଲ ଇଂଜିନିୟର ଭାବେ ଭାରତୀୟ ବାୟୁସେନା ପାଇଁ ଯୋଗ୍ୟ ବିବେଚିତ ହୋଇ ଚେନ୍ନାଇସ୍ଥିତ ବାୟୁସେନା ମେକାନିକାଲ ଡ଼ିଭିଜନ ତାଲିମ୍ ଶିବିରରେ ଯୋଗ ଦେଇଥିଲେ । ଗତ ଏକ ସପ୍ତାହ ହେବ ସେଠାରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବାୟୁ ସେନା ତରଫରୁ ଚିକିତ୍ସା କରାଯାଉଥିଲା ।

ଚିକିତ୍ସାଧିନ ଅବସ୍ଥାରେ ଚଳିତ ମାସ ୨୦ ତାରିଖ ପୂର୍ବାହ୍ନରେ ସୁମନ୍ତଙ୍କ ପରଲୋକ ହୋଇଯାଇଥିବାର ଚେନ୍ନାଇ ବାୟୁସେନା କାର୍ଯ୍ୟାଳୟ ପକ୍ଷରୁ ମୃତ ସୁମନ୍ତଙ୍କ ପରିବାରକୁ ସୂଚନା ଦିଆଯାଇଥିଲା । ଗତକାଲି ଅପରାହ୍ନ ୪ ଘଟିକାରେ ସୁମନ୍ତ ମୃତ ଶରୀର ଭୁବନେଶ୍ୱର ସ୍ଥିତ ବିମାନ ଘାଟିରେ ପହଞ୍ଚିବା ପରେ ବାୟୁସେନାର ସହକର୍ମୀ ଗହଣରେ ତାଙ୍କ ମର ଶରୀରକୁ ଏକ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କ ଜନ୍ମମାଟି ଡୋଭାବିଲ୍ ଗ୍ରାମ ଅଭିମୁଖେ ଅଣାଯାଇଥିଲା ।

jawan

କାଟିଆ ଛକ ଠାରୁ ଏକ ବିରାଟ ପଟୁଆରରେ ସୁମନ୍ତଙ୍କ ମୃତ ଶରୀରକୁ ଗ୍ରାମ ପର୍ଯ୍ୟନ୍ତ ନିଆଯିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମବାସୀ ମୃତ ସୁମନ୍ତଙ୍କୁ ଶେଷ ସମ୍ମାନ ପ୍ରଦାନ କରିବା ସହିତ ଅନ୍ତିମ ବିଦାୟ ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.