ସୁନ୍ଦରଗଡ଼ ଖତକୁରବାହାଲ ଗାଁରେ କାୟା ବିସ୍ତାର କରୁଛି ଡେଙ୍ଗୁ, ସପ୍ତାହକ ଭିତରେ ୪୧ଜଣ ରୋଗୀ ଚିହ୍ନଟ

ସୁନ୍ଦରଗଡ଼ : କାୟା ବିସ୍ତାର କରୁଛି ଡେଙ୍ଗୁ। ବର୍ତ୍ତମାନ ସୁଦ୍ଧା ୫୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀଙ୍କ ସଂଖ୍ୟା ବଢିଚାଲିଥିବାବେଳେ ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ଚିକିତ୍ସା ଚାଲୁଛି। ଭୁବନେଶ୍ୱରରୁ ମଧ୍ୟ ଏକ ଡାକ୍ତରୀ ଦଳ ଆସି ସୁନ୍ଦରଗଡ଼ ଖତୁରବାହାଲ ଗାଁ ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ପରିବେଶକୁ ସ୍ୱଛ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏକ ସ୍ୱତନ୍ତ୍ର ୱାର୍ଡ କରାଯାଇ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଡେଙ୍ଗୁରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେବେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.