ମାତ୍ର ଲକ୍ଷେ ଟଙ୍କାରେ ଝିଅକୁ ବିକ୍ରି କଲା ମା

‘ପେଟ ପାଇଁ ନାଟ’ ଏହି ଉକ୍ତି ଟିକୁ ତ ଆମେ ସଭିଏଁ ଶୁଣିଛେ । କିନ୍ତୁ ପଇସା ଦିଟା ପାଇଁ ଯେ ମଣିଷ ଏତେ ତଳକୁ ଖସି ଯାଇପାରେ । ଏଥିପାଇଁ ମା ତାର ଜନ୍ମ କଲା ଝିଅକୁ ବିକ୍ରି କରିବାକୁ ମଧ୍ୟ ପଛାଇନଥାଏ । ହଁ ଏମିତି ଏକ ଘଟଣା ଘଟିଛି ଦିଲ୍ଲୀରେ । ଦିଲ୍ଲୀର ବବନା ଜେଜେ କଲୋନୀରେ ଜଣେ ମା ତାର ୧୫ ବର୍ଷୀୟ ନାବାଳିକା ଝିଅକୁ ମାତ୍ର ଲକ୍ଷେ ଟଙ୍କା ବିନିମୟରେ ମାନବ ଚାଲାଣ ତସ୍କରଙ୍କ ହାତରେ ଟେକି ଦେଇଛି । କିନ୍ତୁ କିଶୋରୀଟି କୌଣସି ଉପାୟରେ ଖସି ପୋଲିସ ନିକଟରେ ପହଂଚିବାରେ ସକ୍ଷମ ହୋଇପାରିଛି । କିଶୋରୀ ଠାରୁ ବୟାନ ନେବା ପରେ ପୋଲିସ ଦୋଷୀକୁ ଠାବ କରି ଗିରଫ କରିଛି । ଏହା ସହ ମାମଲାରେ ଜଡିତ ଝିଅର ମା ସମେତ ଅନ୍ୟ ମାନଙ୍କୁ ଖୋଜା ଜାରି ରଖିଛି ।

ପୋଲିସ ଅଧିକାରୀ ଗୌରବ ଶର୍ମାଙ୍କ କହିବା ଅନୁଯାୟୀ ଆରୋପି ତସ୍କର ହେଉଛି ୨୯ ବର୍ଷୀୟ ଅନିଲ ଓରଫ, ସାହିଲ ଓରଫ ସଯିଦ । ଗତ ସେପ୍ଟେମ୍ବର ୧୨ ତାରିଖରେ ହିଁ ପୀଡିତା ଜଣକ ପୋଲିସ ନିକଟରେ ପହଞ୍ଚିଥିଲେ ଓ ଘଟଣା ସମ୍ପର୍କରେ ପୋଲିସ ନିକଟରେ ବ୍ୟାଖ୍ୟା କରିଥିଲେ । କିଶୋରୀଟିର କହିବା ମୁତାବକ ତାଙ୍କ ବାପାଙ୍କ ଦେହାନ୍ତ କେବେଠୁ ହୋଇଯାଇଛି ଓ ଘରେ ମା ଆଉ ତାଙ୍କ ସମେତ ଛୋଟ ଛୋଟ ଚାରି ଭାଇ ଅଛନ୍ତି । ଏହି ୬ ପ୍ରାଣୀ କୁଟୁମ୍ବର ଭରଣ ପୋଷଣ କରିବା ପାଇଁ ତାଙ୍କ ମା ଅନ୍ୟ ମାନଙ୍କ ଠାରୁ ପ୍ରାୟ ୨.୫ ଲକ୍ଷ ଟଙ୍କା ଋଣ ଆକାରରେ ନେଇଥିଲେ । କିନ୍ତୁ ବହୁ ଚେଷ୍ଟା କରିବା ପରେ ମଧ୍ୟ ଏହି ଋଣକୁ ସୁଝି ପାରୁନଥିଲେ । ଏଣୁ ଅନ୍ୟ ମାନଙ୍କ ସହ ମିଶି ନିଜ ଝିଅକୁ ବିକି ବାକୁ ଯୋଜନା କରିଥିଲେ ।

ଏହା ସହ ପଢନ୍ତୁ:

ସବୁଠୁ ଲମ୍ବା ଏଫଆଇଆର, ଯାହାର ଲେଖା ପାଇଁ ୩ ଦିନ ବିତିଯାଇଥିଲେ ମଧ୍ୟ ସରୁନାହିଁ ଲେଖା

ଏଣୁ ଗତ ସେପ୍ଟେମ୍ବର ୮ ତାରିଖରେ ଯୋଜନା ମୁତାବକ ନିଜ ଝିଅକୁ ନେଇ ହଜରତ ନିଜାମୁଦ୍ଦିନ ହୋଟେଲକୁ ଯାଇଥିଲେ । ସେଠାରେ ସଯିଦ ଓ ତାଙ୍କ ସ୍ତ୍ରୀ ଙ୍କ ସହ ତାଙ୍କର ଭେଟ ହୋଇଥିଲା । ସେହିଠାରେ ମା କିଶୋରୀଟିକୁ ସେମାନଙ୍କ ହାତରେ ଟେକି ଦେଇ ସେଠାରୁ ଖସି ଯାଇଥିଲେ । ଝିଅଟିର ବୟାନ ମୁତାବକ ମା’ ତାକୁ ମାତ୍ର ଲକ୍ଷେ ଟଙ୍କାରେ ହିଁ ବିକି ଦେଇଥିଲେ | ଏହା ପରେ ଝିଅଟିର ବାହାଘର ହରିୟାଣାରେ ଏକ ବୟସ୍କ ବ୍ୟକ୍ତିଙ୍କ ସହ ହୋଇଥାନ୍ତା ।ବିଭିନ୍ନ ତନାଘନା ରୁ ପୋଲିସକୁ ଜଣା ପଡିଛି ଯେ ବିଗତ ୪ ବର୍ଷ ହେବ ସଯିଦ ଏହି ମାନବ ଚାଲାଣ କାମରେ ଜଡିତ ଅଛି । ତା ସହ ତାର ଆଉ ଜଣେ ସହଯୋଗୀ ମୁଲ୍ଲା ମଧ୍ୟ ତାକୁ ଏହି କାମରେ ସହଯୋଗ କରୁଛି ।

ସେମାନେ ବିଭିନ୍ନ ବସ୍ତିରେ ରହୁଥିବା ଗରିବ ପରିବାରକୁ ପ୍ରଥମେ ନିଜ ଜାଲରେ ଫସାଇଥାନ୍ତି । ପ୍ରଥମେ ଗରିବ ଲୋକଙ୍କୁ କରଜ ଆକାରରେ କିଛି ଟଙ୍କା ଦେଇଥାନ୍ତି ଓ ପରେ ସୁଯୋଗ ଦେଖି ସେମାନଙ୍କ ଝିଅ ମାନଙ୍କୁ କିଣିଥାନ୍ତି । ପରେ ସେହି ଝିଅ ମାନଙ୍କୁ ରାଜସ୍ଥାନ ଓ ହରିୟାଣାରେ ନିଜ ଠାରୁ ଯଥେଷ୍ଟ ବୟସ୍କ ଲୋକଙ୍କ ସହ ସେମାନଙ୍କ ବିବାହ କରାଯାଇଥାଏ । ପୀଡିତାର ବୟାନ ଆଧାରରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.