ରାଜ୍ୟରେ ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ, ଅନୁଭୂତ ହେଉଛି ପ୍ରବଳ ଥଣ୍ଡା

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଖସୁଛି ପାରଦ । ବଢୁଛି ଥଣ୍ଡା । ପାରଦ ଖସିବା ସହ ଶୀତର ପ୍ରକୋପ ବଢୁଛି । ଗତ କିଛି ଦିନ ହେବ କ୍ରମାଗତ ଭାବରେ ରାତିର ତାପମାତ୍ରା ହ୍ରାସ ପାଉଛି । ଆସନ୍ତା ୩-୪ ଦିନ ଯାଏ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଆସନ୍ତା ୩ ତାରିଖରୁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବ ଓ ଶୀତ ଲହରି ପ୍ରବାହିତ ହେବ ।

ଏବେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଶୀତ ସହ ଘନ କୁହୁଡିର ଆସ୍ତରଣ ଜମୁଛି । କୁହୁଡ଼ି ପାଇଁ ରାସ୍ତାରେ ଯିବା ଆସିବା କଷ୍ଟ ହୋଇପଡ଼ୁଛି । ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକେ ନିଆଁ ଜାଳି ପୁଇଁ ହେଉଛନ୍ତି । ନିଜକୁ ଫିଟ୍‌ ରଖିବାକୁ ପାର୍କରେ ଲୋକେ ଏକ୍ସରସାଇଜ୍‌ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.