କିଛି କରିବାର ଜିଦ୍ ହିଁ ଶୀର୍ଷରେ ପହଞ୍ଚିବାର ବାଟ ଦେଖାଏ: ଆସନ୍ତା ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସରେ ଭାରତ ଭ୍ରମଣରେ ବାହାରିବେ ଶେଖ ରେହମାନ

କଟକ(କେନ୍ୟୁଜ୍): ଦୃଢ଼ ଇଚ୍ଛା ଶକ୍ତି ଥିଲେ, ରାସ୍ତା ଆପେ ଆପେ ଖୋଲିଯାଏ । କିଛି କରିବାର ଜିଦ୍ ହିଁ ଶୀର୍ଷରେ ପହଞ୍ଚିବାର ବାଟ ଦେଖାଏ । କିଛି ଏଭଳି ଲକ୍ଷ୍ୟ ରଖି ଆଗେଇ ଆସିଛନ୍ତି କଟକର ଦିବ୍ୟାଙ୍ଗ ଶେଖ୍‌ ରେହମାନ । ଆସନ୍ତା ଡିସେମ୍ବର ୩ ତାରିଖ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସରେ ଭାରତ ଭ୍ରମଣରେ ବାହାରିବେ ଶେଖ ରେହମାନ । କଟକରୁ ଯାତ୍ରା ଆରମ୍ଭ କରି ନବୀନ ନିବାସରେ ପହଞ୍ଚିବେ । ସେଠାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସବୁଜ ପତାକା ଦେଖାଇବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ଆଶା ରଖିଛନ୍ତି ରେହମାନ ।

ଡିସେମ୍ବର ୩କୁ ‘ବିଶ୍ୱ ଭିନ୍ନକ୍ଷମ ଦିବସ’ ପରିବର୍ତ୍ତେ ‘ବିଶ୍ୱ ଦିବ୍ୟାଙ୍ଗ ଦିବସ’ ଭାବେ ପାଳନ କରାଯାଉ । କିଛି ଏଭଳି ବାର୍ତ୍ତା ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜଣାଇବାକୁ ଲକ୍ଷ୍ୟ ରଖିଛନ୍ତି ରେହମାନ । ନିଜ ହାତରେ ଗଢିଥିବା ତିନି ଚକିଆ ସାଇକେଲରେ ହିଁ ଯାତ୍ରା କରିବେ । ଏହି ତିନି ଚକିଆ ସାଇକେଲରେ ୧୨ ରୁ ୧୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ନିଜ ହାତରେ ମଧ୍ୟ ଦିଲ୍ଲୀ ଯାତ୍ରା ପାଇଁ ଏକ ହେଲମେଟ ତିଆରି କରିଛନ୍ତି ରେହମାନ । ଏହି ତିନି ଚକିଆ ସାଇକେଲକୁ ତିଆରି କରିବା ପାଇଁ ରେହମାନଙ୍କୁ ପାଖାପାଖି ବର୍ଷେ ସମୟ ଲାଗିଛି । ଏହା ଭିତରେ ସେ ଏକ ଟୁ ଇନ୍‌ ଓ୍ଵାନ୍‌ ପ୍ରେସର କୁକର ମଧ୍ୟ ତିଆରି କରିଛନ୍ତି । ଯେଉଁଥିରେ ଅନ୍ନ ଓ ଡାଲମା ଏକା ସାଥିରେ ହୋଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.