ମାଲକାନଗିରି ଗସ୍ତରେ ଡିଜିପି ଅଭୟ, ମାଓଗଡ଼ ଜୋଡାମ୍ବ ଓ କାଲିମେଳାରେ ଉଦଘାଟନ କରିବେ ମଡେଲ ଥାନା ବିଲ୍ଡିଂ

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଗସ୍ତରେ ଡିଜିପି ଅଭୟ। ଏହି ଗସ୍ତରେ ସ୍ୱାଭିମାନ ଅଞ୍ଚଳର ମାଓ ଗଡ଼ ଭାବେ ପରିଚିତ ଜୋଡାମ୍ବ ଓ କାଲିମେଳାରେ ମଡେଲ ଥାନା ବିଲ୍ଡିଂ ଉଦଘାଟନ କରିବେ ଡିଜିପି ଅଭୟ।

ଦିନ ୧୧ଟାରେ ପ୍ରଥମେ ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବରେ ହେଲିକପ୍ଟର ଯୋଗେ ଓହ୍ଲାଇବେ। ସେଠାରେ ମଡେଲ ଥାନା ଉଦଘାଟନ କରିବା ପରେ ମାଲକାନଗିରି ଜିଲ୍ଲା ସଦରମହକୁମାରେ ଥିବା MV-3 ବିଏସଏଫ କ୍ୟାମ୍ପରେ ଓହ୍ଲାଇବେ । ସେଠାରେ ମାଓ ଦମନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ କୋରାପୁଟ ଫେରିବାର କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.