ସଟଡାଉନରୁ ବାଦ ପଡ଼ିଲା ଢାବା, ରାଜ୍ୟ ରାଜପଥରେ ଥିବା ଢାବାଗୁଡିକ ରହିବ ଖୋଲା

କେନ୍ୟୁଜ୍ (ବ୍ୟୁରୋ): ସଟଡାଉନରୁ ବାଦ ପଡ଼ିଲା ଢାବା। ରାତ୍ରୀକାଳିନ କର୍ଫ୍ୟୁ ଓ ଦୁଇଦିନିଆ ସଟଡାଉନରୁ ଢାବାକୁ ବାଦ ଦିଆଯାଇଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଥିବା ଢାବାଗୁଡିକ ଏହି ସମୟରେ ଖୋଲା ରହିବ । ତେବେ ଗ୍ରାହକ ସେଠାରେ ଖାଇବା ପରିବର୍ତ୍ତେ କେବଳ ପାର୍ସଲ ନେଇପାରିବେ। ସେହିପରି ଧାନ ସଂଗ୍ରହ, ଚାଉଳ ପରିବହନ, ଚିନାବାଦାମ ଓ ଶସ୍ୟର ସଂଗ୍ରହ ମଧ୍ୟ ଏହି ସମୟରେ କରାଯାଇପାରିବ।

 

ସେହିପରି ରାତ୍ରିକାଳୀନ କର୍ଫ୍ୟୁକୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ କେତେକ ସ୍ପଷ୍ଟୀକରଣ ଦିଆଯାଇଛି । କର୍ଫ୍ୟୁ ସମୟରେ ଜରୁରୀକାଳୀନ କାର୍ଯ୍ୟକୁ ଅନୁମତି ଦିଆଯିବ । ସେହିପରି ଯାତ୍ରୀବାହୀ ବସରେ ଯାଉଥିବା ଲୋକମାନଙ୍କୁ ଅଟକାଯିବ ନାହିଁ । ଯେଉଁଲୋକମାନେ ବସ,ଟ୍ରେନ ବା ଫ୍ଲାଇଟରୁ ଓହ୍ଲାଇ ଘରକୁ ଯାଉଥିବେ ସେମାନଙ୍କୁ ମଧ୍ୟ ଅଟକାଯିବ ନାହିଁ । ସେହିପରି ମାଲବାହୀ ଟ୍ରକ ଚଳାଚଳ ଓ ଟ୍ରକରୁ ସାମଗ୍ରୀ ଲୋଡିଂ-ଅନଲୋଡିଂକୁ ଅନୁମତି ଦିଆଯିବ । ଏ ସମ୍ପର୍କରେ ପୋଲିସ ଓ ପ୍ରଶାସନକୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିବାକୁ ଏହି ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.