ଉତ୍ତରପ୍ରଦେଶ : ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ପରେ ହାଇ ଆଲର୍ଟ

ଲକ୍ଷ୍ନୈା : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ସହ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଛି । ଏହି ଧମକ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ସହ ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିଦିଆଯାଇଛି ।

ଏହି ଧମକ ଏକ କଲ୍‌ ସେଣ୍ଟରରୁ ମିଳିଥିବା ଜଣାଯାଇଛି । ଧମକ ମିଳିବା ପରେ ୫ କାଳିଦାସ ମାର୍ଗରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଗୃହର ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିଦିଆଯାଇଛି । ବମ୍‌ ନିରୋଧୀ ଦଳ ଓ କୁକୁର ସହାୟତାରେ ଉକ୍ତ ଅଞ୍ଚଳକୁ ଯାଞ୍ଚ ଚାଲିଛି ।

cm jogi

କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧମକ ଦେବା ଅଭିଯୋଗରେ ମୁମ୍ବାଇର ଜଣେ ବ୍ୟକ୍ତିକୁ ଗିରଫ କରାଯାଇଥିଲା । ସେହିପରି ଉତ୍ତରପ୍ରଦେଶ(ୟୁପି) ପୁଲିସକୁ ଧମକ ଦେବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ମହାରାଷ୍ଟ୍ର ଏଟିଏସ୍‌ ଓ ୟୁପିର ଏସ୍‌ଟିଏଫ୍‌ ଗିରଫ କରିଥିଲା ।

ପୁଲିସ୍‌ ସୂଚନା ଅନୁଯାୟୀ ଏହି ବ୍ୟକ୍ତି ମଇ ୨୨ରେ ଲକ୍ଷ୍ନୈା ପୁଲିସ୍‌ ମୁଖ୍ୟାଳୟରେ କାମ କରୁଥିବା ସୋସିଆଲ୍‌ ମିଡ଼ିଆ ହେଲ୍ପ ଡେସ୍କରୁ ଫୋନ୍‌ କରି ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.