Below header

ଦିଗପହଣ୍ଡି ଦୁର୍ଘଟଣା: ମିନି ବସ୍‌ରେ ନଥିଲା ପର୍‌ମିଟ୍‌, ୨୫ ବର୍ଷ ତଳର ପୁରୁଣା ଗାଡ଼ି

ଯେଉଁ ରୁଟ୍‌ରେ ବସ ଯାଉଥିଲା, ତାହା ସମ୍ପୂର୍ଣ୍ଣ ବେଆଇନ । ପୁରୁଣା ଗାଡ଼ି ଯୋଗୁଁ ବସର ଏକ୍ସିଲ ଭାଙ୍ଗି ଯାଇଥିଲା । ଏପରିକି ଘରୋଇ ବସ୍‌ର ନଥିଲା ଇନ୍‌ସ୍ୟୁରାନ୍‌ସ । ବସ୍‌ ମାଲିକଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ଗୋଟିଏ ପରିବାରର ୭ ଜଣଙ୍କ ସମେତ ୧୧ ଜଣଙ୍କର ଜୀବନ ଯାଇଛି ।

କେନ୍ୟୁଜ୍(ବ୍ୟୁରୋ): ଦିଗପହଣ୍ଡିରେ ଦୁର୍ଘଟଣାଗ୍ରସ୍ତ ମିନି ବସ୍‌ରେ ନଥିଲା ପର୍‌ମିଟ୍‌ । ୨୫ ବର୍ଷ ତଳର ପୁରୁଣା ଗାଡ଼ି । ବିନା ପରମିଟ୍‌ରେ ରାସ୍ତାରେ ଗଡୁଥିଲା । ଯାତ୍ରୀ ନେବା ଆଣିବା କରିବା ପାଇଁ ବସକୁ ଅନୁମତି ନଥିଲା । ଯେଉଁ ରୁଟ୍‌ରେ ବସ ଯାଉଥିଲା, ତାହା ସମ୍ପୂର୍ଣ୍ଣ ବେଆଇନ । ପୁରୁଣା ଗାଡ଼ି ଯୋଗୁଁ ବସର ଏକ୍ସିଲ ଭାଙ୍ଗି ଯାଇଥିଲା । ଏପରିକି ଘରୋଇ ବସ୍‌ର ନଥିଲା ଇନ୍‌ସ୍ୟୁରାନ୍‌ସ । ବସ୍‌ ମାଲିକଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ଗୋଟିଏ ପରିବାରର ୭ ଜଣଙ୍କ ସମେତ ୧୧ ଜଣଙ୍କର ଜୀବନ ଯାଇଛି ।

ବାହାଘର ପରେ ଝିଅକୁ ଶାଶୂ ଘରେ ଛାଡି ମିନି ବସରେ ଫେରୁଥିଲେ କନ୍ୟା ଯାତ୍ରୀ । ଓଏସଆରଟିସି ବସ୍‌ ସହ ମୁହାଁମୁହିଁ ଧକ୍କା ପରେ ବହୁ ଦୂରକୁ ଛିଟିକି ପଡ଼ିଥିଲା ମିନି ବସ୍‌ । ଏପଟେ ଦୁର୍ଘଟଣାଗ୍ରସ୍ତ OSRTC ବସ୍‌ ଡ୍ରାଇଭରର ଆତ୍ମସମର୍ପଣ । ଭୁବନେଶ୍ୱର ଭରତପୁର ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଆହତ ହୋଇଛନ୍ତି OSRTC ଡ୍ରାଇଭର। ଆହତ ଡ୍ରାଇଭର ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.