ଡିଜିଟାଲ ସ୍ୱାସ୍ଥ୍ୟ ଚିକିତ୍ସା, ଗୋଟିଏ ମିସ୍ କଲରେ ମିଳୁଛି ସେବା

ବାଲେଶ୍ବର: ଦେଶରେ କରୋନା ମହାମାରୀ ପରି ମାରାତ୍ମକ ଭୂତାଣୁ ବ୍ଯାପିଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥାକୁ ସୁଦୃଢ ରଖିବା ନିମନ୍ତେ ଆରମ୍ଭ ହୋଇଛି ଏକ ଭିନ୍ନ ପନ୍ଥା । ଗୋଟିଏ ମିସ କଲରେ ମିଳୁଛି ରୋଗୀ ସେବା । ଏଭଳି ପ୍ରୟାସ ଆରମ୍ଭ କରିଛି ଦେଶର ୮ ଟି ସହରରେ କର୍ଯ୍ୟ କରୁଥିବା ସୋସିଆଲ ସଂଘଠନ ଆହ୍ୱାନ ଫାଉଣ୍ଡେସନ ।

ଏହା ସାରା ବିଶ୍ୱରେ ମାଗଣାରେ ଅନଲାଇନ ଦ୍ୱାରା ଚିକିତ୍ସା ପାଇପାରିବେ ରୋଗୀ ମୁଖ୍ୟତଃ ଗ୍ରାମାଞ୍ଚଳରେ ଚିକିତ୍ସିତ ହୋଇପାରୁନଥିବା ବେଳେ ଏବେ ଗ୍ରାମାଞ୍ଚଳରେ ଲୋକଙ୍କୁ କିଭଳି ସେବା ପାଇପାରିବେ ସେ ନେଇ ଆରମ୍ଭ ହୋଇଛି ପ୍ରୟାସ । ତେବେ ବାଲେଶ୍ବର ଜିଲ୍ଲା ନରିପୁର ଗ୍ରାମରେ ଆହ୍ୱାନ ଫାଉଣ୍ଡେସନ ଓ ଆଦର୍ଶ ସେବା ସଙ୍ଗଠନ ମିଳିତ ଉଦ୍ୟମ ରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଭଳି ଗ୍ରାମାଞ୍ଚଳରେ ଲୋକମାନେ ଡିଜିଟାଲ ଚିକିତ୍ସାର ଉପକାର ପାଇପାରିବେ ସେନେଇ କାର୍ଯ୍ୟକ୍ରମରେ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ ।

ଏହି ଅବସରରେ ଏକ ସଭାସଂଗଠିତ ହୋଇଥିଲା ଏବଂ ଉକ୍ତ ସଭାରେ ବୈଜ୍ଯଷ୍ଠ ବ୍ୟକ୍ତି ଓ ବହୁ ଯୁବଗୋଷ୍ଠି ଯୋଗଦେଇଥିଲେ। ଇତି ମଧ୍ୟରେ ମୁଖ୍ୟଅତିଥି ଭାବେ ମଦନମୋହନ ଚୁଦୁରୀ ମୁଖ୍ୟବ୍ୟକ୍ତ ତପନ ବିଶ୍ୱାଳ , ସନମାନିତ ଅତିଥି ରଞ୍ଜନ ମହାନ୍ତି କିଛି ବୃଦ୍ଧି ଲୋକଙ୍କୁ ଔଷଧ ବିତରଣ କରିଥିଲେ । ସଭାର ପରିଚାଳକ ସୁଶାନ୍ତ ମହାରଣା ଉକ୍ତ ବିଷୟ ବସ୍ତୁକୁ ସୁନ୍ଦର ଭାବେ ବର୍ଣ୍ଣନା କରାଇଥିଲେ । ତେବେ ଆହ୍ୱାନ ଫାଉଣ୍ଡେସନ ପକ୍ଷରୁ ଜାରି ହୋଇଥିବା ନମ୍ବରଟି ହେଲା 7406692111 ।

ଏହି ନମ୍ବରରେ ମିସ କଲେ ଦେଲେ ଆପଣ ମାନେ ସିଧାସଳଖ ଡାକ୍ତରଙ୍କ ସହ ଅଡିଓ ଓ ଭିଡିଓ କଲ ମାଧ୍ୟମରେ ପରାମର୍ଶ କରିପାରିବେ । ଏଥି ସହିତ ଯେକୌଣସି ରୋଗ ସମ୍ପର୍କରେ ଡାକ୍ତର ଲେଖା ଦେବା ପରେ ମେଡ଼ିସିନ ବାବଦକୁ ୩ଶହ ଟଙ୍କା ଆହ୍ୱାନ ଫାଉଣ୍ଡେସନ ପକ୍ଷରୁ ଦିଆଯିବ । ଆପଣ ମାନେ ନିକଟସ୍ଥ ଯେକୌଣସି ମେଡ଼ିସିନ ଦୋକାନରେ ମେଡ଼ିସିନ କିଣିପାରିବେ । ଏଭଳି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ କିଛି ଲୋକଙ୍କୁ ମେଡ଼ିସିନ ମଧ୍ୟ ପ୍ରଦାନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.