ଯାଜପୁର: ଦୋକାନ ବଜାର ଖୋଲିବା ନେଇ ସମୟ ପରିବର୍ତ୍ତନ କଲେ ଜିଲ୍ଲା ପ୍ରଶାସନ

ଯାଜପୁର(କେନ୍ୟୁଜ): ଲକଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଲକ୍‌ଡାଉନ୍‌ ସମୟରେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ଯାଜପୁରରେ ଦୋକାନ ବଜାର ଖୋଲିବା ନେଇ ସମୟ ପରିବର୍ତ୍ତନ କରିଛି ଜିଲ୍ଲା ପ୍ରଶାସନ। ଆଜିଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସହିତ କେତେକ ନିର୍ଦ୍ଦିଷ୍ଟ ଦୋକାନ ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ମିଳିଛି। ଅତ୍ୟାବଶ୍ୟକ ସାମଗ୍ରୀ ସହିତ ପାଥୋଲାବ, ବହି, ସିମେଣ୍ଟ ରଡ୍‌, ହାର୍ଡୱେୟାର, ଇଲେକ୍ଟ୍ରି, ମୋବାଇଲ୍‌ ରିଚାର୍ଜ, ଗ୍ୟାରେଜ ଆଦି ଖୋଲିଛି। ଏଥିପାଇଁ ସମସ୍ତଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବା ସହିତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଦୋକାନ ସବୁ ଖୋଲିଥିବାରୁ ଗ୍ରାହକମାନେ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.