ଡକାୟତି ଯୋଜନା ପଣ୍ଡ କଲା ବୈଦ୍ୟନାଥପୁର ଥାନା ପୋଲିସ୍‌

ବ୍ରହ୍ମପୁର (କେନ୍ୟୁଜ୍) : ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ବିଳମ୍ୱିତ ରାତିରେ ପାଟ୍ରୋଲିଂ କରିବା ବେଳେ ଧରିଛି ଏକ ୪ ଜଣିଆ ଡକାୟତ ଗ୍ୟାଙ୍ଗର ସଦସ୍ୟ । ଲାଞ୍ଜିପଲ୍ଲୀ ଚନ୍ଦନ ନଗର ବାଗଦେବୀ ମନ୍ଦିର ପଛ ପଟେ କିଛି ଯୁବକ ସନ୍ଦେହ ଜନକ ଭାବେ ବୁଲୁଥିବା ପୋଲିସ୍‌ ଦେଖିବାକୁ ପାଇଥିଲା । ଚଢାଉ କରି ୪ ଜଣ ଯୁବକକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲା । ସେମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ଅଫୁଟା ଗୁଳି, ଗୋଟିଏ ଖଣ୍ଡା, ଲୁହା ପାଇପ୍ , ଗୋଟିଏ ବାଇକ୍‌ ଓ ଗୋଟିଏ ଅଫୁଟା ବୋମା ଜବତ ହୋଇଛି । ସେମାନେ ନିକଟରେ ଥିବା ଏଲଏଣ୍ଡଟି ଗୋଦାମରୁ ଡକାୟତି କରିବା ଲାଗି ଯୋଜନା କରୁଥିଲେ । ଗିରଫ ଡକାୟତ ମାନେ ହେଲେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଢେପ ସାହିର ଶିବା ଘଣ୍ଟ, ସାର୍ଗୁଣା ସାହିର ଶଙ୍କର ପରଡ଼ା, ଫାଷ୍ଟ ଗେଟ୍ ବର୍ମା କଲୋନୀର ଦୋରା ବେହେରା ଓ ଲୋଚାପଡ଼ା ବଡ଼ ସାହିର ସନ୍ତୋଷ କୁମାର ସେଠୀ । ସେମାନଙ୍କ ନାଁରେ ବ୍ରହ୍ମପୁର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଥିବା ପୋଲିସ କହିଛି । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.