Below header

ବାଣିବିହାରରେ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍‌, ଜଣେ ମୃତ

ବାଣୀ ବିହାର ଓଭର ବ୍ରିଜରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ପିକଅପ୍‌ ଭ୍ୟାନ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ପୋଲିସ ସୂଚନା ଅନୁସାରେ ପିକଅପ ଭ୍ୟାନ ପଛକୁ ଗୋଟେ କୋଇଲା ବୋଝେଇ ଟ୍ରକ୍‌ ପିଟିବା ଦ୍ୱାରା ଘଟଣାସ୍ଥଳରେ ପିକଅପ୍‌ ଭ୍ୟାନ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ।

 ଭୁବନେଶ୍ୱର(କେନ୍ୟୁଜ):ବାଣୀବିହାର ଓଭର ବ୍ରିଜରେ ଦୁର୍ଘଟଣା । ପିକଅପ ଭ୍ୟାନକୁ ପଛ ପଟକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । ଘଟଣା ସ୍ଥଳରେ ହିଁ ପିକଅପ ଡ୍ରାଇଭର ମୃତ । ଆହତ ଟ୍ରକ ଡ୍ରାଇଭରକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ।

ସଂଧ୍ୟା ପ୍ରାୟ ୭ ଟାରେ ୧୬ ନମ୍ବର ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ପଲିଥିନ ବୋଝେଇ ହୋଇଥିବା ପିକ୍‌ଅପ୍‌ ଭ୍ୟାନର ଡ୍ରାଇଭର ଗାଡ଼ିର ଚକା ସଜାଡୁଥିବା ବେଳେ ପଛ ପଟରୁ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.