ଦଶପଲ୍ଲା ଟାକରା ଘାଟି ନିକଟରେ ବସ୍‌-ଟ୍ୟାଙ୍କର ମୁହାଁମୁହିଁ ଧକ୍କା: ଡ୍ରାଇଭର ମୃତ, ୨୦ରୁ ଅଧିକ ଆହତ

ନୟାଗଡ(): ବସ୍‌-ଟ୍ୟାଙ୍କର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଟ୍ୟାଙ୍କର ଡ୍ରାଇଭର ମୃତ। ଦଶପଲ୍ଲା ଟାକରା ଘାଟି ନିକଟରେ ବସ୍‌-ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ନୟାଗଡ କଣ୍ଟାମାଲରୁ ଜଟଣୀ ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଛନ୍ତି।

ଟ୍ୟାଙ୍କର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ବସ୍‌ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଦଶପଲ୍ଲା ଓ ବାଣିଗୋଚ୍ଛା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.