ରାଜଧାନୀର ଗଳି କନ୍ଦିରେ ଚାଲିଛି ବେଧଡ଼କ ନିଶା କାରବାର, ୯୦ ପ୍ରତିଶତ ଅପରାଧ ପଛରେ କାରଣ ହିଁ ନିଶା

କେନ୍ୟୁଜ୍(ବ୍ୟୁରୋ):  ଦିନକୁ ଦିନ ବଢୁଛି ନିଶା କାରବାର। ନିଶା କବଳରେ ଅଧିକ ଭାବେ ଯୁବପୀଢି କବଳିତ। ଗଳିକନ୍ଦିରେ, ରାଜରାସ୍ତାରେ,ବସ୍ତି ବସ୍ତିରେ ସବୁଠି ନିଶାଡିଙ୍କ ଆଡ୍ଡା। ବିଶେଷଜ୍ଞଙ୍କ ମତରେ ୯୦ ପ୍ରତିଶତ ଅପରାଧ ପଛରେ କାରଣ ନିଶା ହିଁ ରହିଥାଏ। ଆଉ ଏ ଜାଲରେ ଥରେ ପଡିଗଲେ ବାହାରିବ କଷ୍ଟସାଧ୍ୟ ହୋଇଥାଏ। ଅନେକଙ୍କୁ ନିଶା ଅପରାଧୀ ସଜାଇଥାଏ ତ ଆଉ କେତେକ ମୃତ୍ୟୁ ମୁଖରେ ପଡ଼ିଥାନ୍ତି।

ସେପଟେ ରାଜ୍ୟରେ ଡ୍ରଗ୍‌ସ କାରବାରର ମୁକାବିଲା ପାଇଁ ରାଜ୍ୟ ପୋଲିସ ଚଳାଇଛି ସ୍ପେସାଲ ଡ୍ରାଇଭ। ଏଥିପାଇଁ ଏସଟିଏଫକୁ ଶକ୍ତିଶାଳୀ କରିବା ସହ ସ୍ପେଶାଲ ୱିଙ୍ଗ ଗଠନ କରାଯାଇଛି। ଗତ ତିନିବର୍ଷ ଧରି ଡ୍ରଗ୍‌ସ କାରବାର ବିରୋଧରେ କଡ଼ା ଅଭିଯାନ ସହ ରେକର୍ଡ ପରିମାଣର ବ୍ରାଉନସୁଗର ଜବତ କରାଯାଇଛି। ଡ୍ରଗ୍‌ସ ବେପାରର ମୂଳ ଯାଏ ଯିବାକୁ ପଡ଼ିବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.