ଉତ୍ତର କେରଳ ଓ ଦକ୍ଷିଣ ଛତିଶଗଡ଼ ଉପରେ ଟ୍ରପ ଲାଇନ୍, ପ୍ରଭାବରେ ଆଜି ବି ଉପକୂଳ ସମେତ ବିଭିନ୍ନ ସ୍ଥାନରେ ହେବ ବର୍ଷା!

ଭୁବନେଶ୍ବର: ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ବର୍ଷା । ଉତ୍ତର କେରଳ ଓ ଦକ୍ଷିଣ ଛତିଶଗଡ଼ ଉପରେ ଟ୍ରପ ଲାଇନ ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି । ଆଜି ଉପକୂଳ ସମେତ ବିଭିନ୍ନ ସ୍ଥାନରେ ବର୍ଷିବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯଇଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାପମାତ୍ରା ବଢିବ ।

rainତେବେ ଅନ୍ୟ ଜିଲ୍ଲା ମାନଙ୍କରେ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି । ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ଗତକାଲି ନୂଆପଡା ଜିଲ୍ଲାରେ ସର୍ବାଧିକ ୩୩.୩ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.