Below header

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ହଜାରେ ଟପିଲା, ୨୪ ଘଣ୍ଟାରେ ୧୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ହଜାରେ ଟପିଲାଣି । ଗତକାଲି ୧୦୦ରୁ ଅଧିକ ପଜିଟିଭ୍‌ ରିପୋର୍ଟ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ, ତେଲେଙ୍ଗାନା, ତାମିଲନାଡ଼ୁ, ପଞ୍ଜାବ, କେରଳ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ବିହାରରେ ଜଣେ ଲେଖାଏଁ କରୋନା ରୋଗୀ ଆଖି ବୁଜିଛନ୍ତି । ବର୍ତ୍ତମାନ ସୁଦ୍ଧା ୯୦୧ ଚିକିତ୍ସାଧୀନ ଥିବା ବେଳେ ୯୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

coronavirusସୂଚନାଅନୁସାରେ, ମାତ୍ର ୫ ଦିନରେ ଭାରତରେ ୫ ଶହରୁ ଅଧିକ ଲୋକ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି । ଜାନୁଆରୀ ୩୦ ତାରିଖରେ ଦେଶରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମାର୍ଚ୍ଚ ୧୪ ତାରିଖ ବେଳକୁ ୪୪ ଦିନ ଭିତରେ ଭାଇରସ୍‌ ଦ୍ୱାରା ମାତ୍ର ୧୦୫ ଜଣ ଆକ୍ରାନ୍ତ ହୋଇଥିଲେ । ଏହା ପରେ ୧୦ ଦିନରେ ମାର୍ଚ୍ଚ ୨୪ ତାରିଖ ବେଳକୁ ଏହି ସଂଖ୍ୟା ୧୦୦ରୁ ବୃଦ୍ଧି ପାଇ ୫୦୦ରେ ପହଞ୍ଚିଥିଲା ସଂକ୍ରମିତଙ୍କ ସଂଖ୍ୟା । ହେଲେ ଏହାର ମାତ୍ର ୫ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ରୁ ବଢି ୧ ହଜାର ପାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.