ପାଖେଇ ଆସୁଛି ଦୁର୍ଗାପୂଜା, ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର
ଭୁବନେଶ୍ବର: ପାଖେଇ ଆସୁଛି ଦୁର୍ଗାପୂଜା। ବିଭିନ୍ନ ପୂଜା ମଣ୍ଡପରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ରାଜଧାନୀର ପୂଜା ମଣ୍ଡପ ଗୁଡ଼ିକରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର। ତୋରଣ ନିର୍ମାଣ କାମ ବି ଜୋରସୋରରେ ଚାଲିଛି। ଉଭୟ ରାଜ୍ୟ ଓ ବାହାରୁ କାରିଗର ମୂର୍ତ୍ତି ଓ ତୋରଣ ନିର୍ମାଣରେ ଲାଗିଛନ୍ତି।