ପ୍ରଦୂଷଣ ମାତ୍ରାକୁ ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ନୂଆ ପଦକ୍ଷେପ, ଖୁବଶୀଘ୍ର ଗଡ଼ିପାରେ ଇ-ଯାନ

(କେନ୍ୟୁଜ): ଖୁବଶୀଘ୍ର  ରାଜ୍ୟରେ ଗଡିପାରେ ଇଲେକଟ୍ରିକ ଭେଇକିଲ ବା ଇ-ଯାନ। ରାଜ୍ୟରେ ଇ-ଯାନ ଚଳାଚଳ ନେଇ ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ପ୍ରଦୂଷଣ ମାତ୍ରାକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଇ-ଯାନ ନୀତି ଆପଣାଯାଇଛି।

ଦିଲ୍ଲୀ, କେରଳ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ଭଳି ବହୁ ରାଜ୍ୟ ଏହି ଇ-ଯାନ ନୀତି ଆପଣାଇବା ସହ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି। ପରିବାହନ ବିଭାଗ ଏନେଇ ପୂର୍ବରୁ ଚିଠା ପ୍ରସ୍ତାବ ଆଣିଛି। କିନ୍ତୁ କରୋନା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନି। ଖୁବ୍ଶୀଘ୍ର ଏ ସମ୍ପର୍କରେ ବିଚାର ବିମର୍ଶ କରାଯିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.