କୋଟିଆ ସମେତ ରାଜ୍ୟର ୧୦ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍‌ , ୩ଟି ନେଚର୍‌ କ୍ୟାମ୍ପକୁ ମିଳିଲା ମଞ୍ଜୁରୀ

(କେନ୍ୟୁଜ): କୋଟିଆ ସମେତ ରାଜ୍ୟର ୧୦ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍‌ । ୧୦ ନୂଆ ଇକୋ ରିଟ୍ରିଟ୍‌ ସହ ୩ଟି ନେଚର୍‌ କ୍ୟାମ୍ପକୁ ମିଳିଛି ମଞ୍ଜୁରୀ । ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । କୋରାପୁଟର ଦେଓମାଳି ପାହାଡ଼, କଳାହାଣ୍ଡିର ଯକମ୍‌, ଶିମିଳିପାଳ ନଓ୍ଵାନା, ରାଇରଙ୍ଗପୁର ଖଡ଼ାଖାଇ ଡ୍ୟାମ୍‌, ବ୍ରହ୍ମପୁରର ମହେନ୍ଦ୍ରଗିରି, କେନ୍ଦୁଝର ଫରେଷ୍ଟ ଡିଭିଜନ୍‌ ଅଧିନରେ ଥିବା କାଞ୍ଜିପାଣି ଘାଟ ଓ ହଦଗଡ଼ ଡ୍ୟାମ, ଫୁଲବାଣୀର ସିଲଭିକଲଚର ଗାର୍ଡେନ୍‌, ଅସ୍ତରଙ୍ଗ ମୁହାଣରେ ହେବ ଇକୋ ରିଟ୍ରିଟ୍‌ । ୧୩ଟି ନୂଆ ପ୍ରକଳ୍ପ ମଞ୍ଜୁରୀ ପରେ ରାଜ୍ୟରେ ଇକୋ ରିଟ୍ରିଟ୍‌ ଓ ନେଚର କ୍ୟାମ୍ପ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.