ରିମାଣ୍ଡର ଶେଷ ଦିନରେ ED ଜାଲରେ ଫସିଲେ ନାଗ ଦମ୍ପତ୍ତି

ଭୁବନେଶ୍ୱର (କେନ୍ୟୁଜ): ED ଜାଲରେ ଫସିଲେ ନାଗ ଦମ୍ପତ୍ତି । ଅର୍ଚ୍ଚନା ନାଗ୍ ଓ ଜଗବନ୍ଧୁ ଚାନ୍ଦ୍‌ଙ୍କୁ ଗିରଫ କରିଛି ED । ମନି ଲଣ୍ଡରିଂ ଆକ୍ଟରେ ଅର୍ଚ୍ଚନାଙ୍କୁ ବାନ୍ଧିଛି  ଇଡି। ପିଏମଏଲଏ ବା ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ସେକ୍ସନ୍‌ ୧୯ରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଇଡି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପ୍ରଧାନଙ୍କୁ ଗିରଫ କରିଥିଲା।  ପୂର୍ବରୁ ଇଡି ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପ୍ରଧାନଙ୍କୁ ଗିରଫ କରିଥିଲା।

ସେହିପରି ଜଗବନ୍ଧୁଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ ହୋଇଛି । ଆଜି ଦୁହିଁଙ୍କୁ କଡ଼ା ସୁରକ୍ଷାରେ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । ଅର୍ଚ୍ଚନାଙ୍କୁ ପ୍ରଥମ ପର୍ଯ୍ୟାୟରେ ୭ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ଇଡି । ଗତକାଲି ରିମାଣ୍ଡ ଅବଧି ସରିଥିଲା । ପ୍ରଥମ ପର୍ଯ୍ୟାୟ ଜେରାରେ ଅର୍ଚ୍ଚନା ଇଡିକୁ ସନ୍ତୋଷଜନକ ଉତ୍ତର ଦେଇ ନଥିବା ସୂଚନା ରହିଛି ।

ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ରିମାଣ୍ଡରେ ନେଇ ଅଧିକ ତଥ୍ୟ ବାହାର କରିବାକୁ ଯୋଜନା ରଖିଛି ତଦନ୍ତକାରୀ ଟିମ୍‌ । ଅନ୍ୟପଟେ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇ ମାରାଥନ୍‌ ଜେରା କରିବ ଇଡି । ସ୍ୱାମୀ-ସ୍ତ୍ରୀଙ୍କୁ ମୁହାଁମୁହିଁ ଜେରା କରିବାକୁ ଯୋଜନା ରହିଛି । ଏମାନଙ୍କ ସହ ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ଓ ଅଭିଯୋଗକାରୀ ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜାଙ୍କ ସହ ବି ଜେରା କରିବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.