କଳା ସାମ୍ରାଜ୍ୟର ସତ ଉଗାରିବେ ନାଗ-ଚାନ୍ଦ ଦମ୍ପତି, ଆଜିଠୁ ଜଗବନ୍ଧୁଙ୍କୁ ହେପାଜତରେ ନେବ ଇଡି

ଭୁବନେଶ୍ୱର (କେନ୍ୟୁଜ): ଖୋଲିବ ନାଗ-ଚାନ୍ଦ ଦମ୍ପତିଙ୍କ କଳାଧନ ଗୁମର । ହନିଟ୍ରାପ, ବ୍ଲାକମେଲିଂ ଓ କଳାଧନର ଗୋଟି ଗୋଟି ସତ ବାହର କରିବ ଇଡି । ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ପାଖରୁ ତଥ୍ୟ ବାହାର କରିବ । ଅର୍ଚ୍ଚନାଙ୍କୁ କାଲିଠୁ ଦ୍ୱିତୀୟ ପର୍ଯ୍ୟାୟରେ ୬ ଦିନ ରିମାଣ୍ଡରେ ନେଇଛି ଇଡି । ଆଜିଠୁ ଜଗବନ୍ଧୁ ଚାନ୍ଦଙ୍କୁ ୯ ଦିନିଆ ହେପାଜତରେ ନେବ । ଝାରପଡ଼ା ଜେଲରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ତାପରେ ଇଡି ଅଫିସକୁ ନିଆଯିବ । ସ୍ୱାମୀ, ସ୍ତ୍ରୀଙ୍କୁ ମାରାଥନ୍‌ ଜେରା କରି ହନିଟ୍ରାପ୍‌, ବ୍ଲାକମେଲିଂ ଓ କଳା ସାମ୍ରାଜ୍ୟର ରହସ୍ୟ ଭେଦିବ ତଦନ୍ତକାରୀ ସଂସ୍ଥା ।

ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଜଗବନ୍ଧୁଙ୍କୁ ଏକାକୀ ଜେରା କରାଯିବ । ପରେ ମୁହାଁମୁହିଁ ବସାଇ ପଚରାଉଚରା କରିବାକୁ ଯୋଜନା ହୋଇଛି । ପ୍ରସ୍ତୁତ ହୋଇଛି ପ୍ରଶ୍ନବାଣ । ମାତ୍ର ବର୍ଷ କେଇଟାରେ କେମିତି ହେଲେ କୋଟି କୋଟି ଟଙ୍କାର ମାଲିକ ? କେତେ ଲୋକଙ୍କୁ ବ୍ଲାକମେଲିଂ କରିଛନ୍ତି ? କିଭଳି କରୁଥିଲେ ହନିଟ୍ରାପ୍‌ । ବଡ଼ବଡ଼ିଆଙ୍କୁ କେମିତି ଫସାଉଥିଲେ ? ହନିଟ୍ରାପ୍‌ ଓ ବ୍ଲାକମେଲିଂ ଟେନଓ୍ଵର୍କରେ ଆଉ କିଏ ସାମିଲ ? କାହାଠୁ କେତେ ଟଙ୍କା ଖସାଇଛନ୍ତି ? କେଉଁଠି ନିବେଶ କରିଛନ୍ତି କଳାଟଙ୍କା ? ପ୍ରଥମ ପର୍ଯ୍ୟାୟ ଜେରାରେ ଅର୍ଚ୍ଚନା ମୁହଁ ଖୋଲି ନଥିବା ବେଳେ ଏବେ ସ୍ୱାମୀ ସ୍ତ୍ରୀଙ୍କ ମୁହଁରୁ ସବୁ ସତ ବାହାର କରିବା ଇଡି ଆଗରେ ଚ୍ୟାଲେଞ୍ଜ । ଇଡି କଳାଟଙ୍କା ସୁରାକ ପାଇଥିବାରୁ ଅର୍ଚ୍ଚନାଙ୍କୁ ଗିରଫ କରିଛି । ସ୍ୱାମୀ-ସ୍ତ୍ରୀଙ୍କ ତଥ୍ୟ ଆଧାରରେ ତଦନ୍ତର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.