Below header

ଫିରୋଜାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌କୁ ଧକ୍କା ଦେଲା ଟ୍ରକ, ୬ ମୃତ ଏବଂ ୨୧ ଗୁରୁତର

ଉତ୍ତର ପ୍ରଦେଶର ଫିରୋଜାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘରୋଇ ବସ୍‌ ସହିତ ଟ୍ରକ ଧକ୍କା ହେବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ୨୧ରୁ ଅଧିକ ଆହତ ହୋଇଛନ୍ତି । ବସ୍‌ରେ ୬୦ ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ସୈଫାଇସ୍ଥିତ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଫିରୋଜାବାଦ ଥାନା ନଗଲା କହ ଖଙ୍ଗର ସ୍ଥିତ ଆଗ୍ରା ଲକ୍ଷ୍ମୌ ଏକ୍ସପ୍ରେସ ୱେରେ ହୋଇଛି ।

ସୂଚନା ଅନୁସାରେ, ଲୁଧିଆନା ଓ ରାଏବରେଲିରୁ ୬୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍  ଭୋର ପ୍ରାୟ ୪.୩୦ରେ ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ୍‌ ୱେରେ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣା ସ୍ଥଳରେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା । ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୧୪ ମାସର ଶିଶୁପୁତ୍ର, ଜଣେ ମହିଳା ଏବଂ ୪ ଜଣ ପୁରୁଷ ସାମିଲ ରହିଛନ୍ତି।

କୁହାଯାଉଛି, ବସ୍ର ଚାଳକ ଘୁମାଇ ପଡ଼ିଥିବା ବେଳେ ପଛରେ ଆସୁଥିବା ଟ୍ରକ୍ଟି ବସ୍ ସହିତ ଧକ୍କା ହୋଇଥିଲା । ଫଳରେ ବସ୍ଟି ଓଲଟି ପଡ଼ିଥିଲା। ଏବେ ଘଟଣାସ୍ଥଳରୁ ବସ୍ଟିକୁ ହଟାଇ ଦିଆଯାଇଛି । ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ମୁମ୍ବାଇ- ପୁନେ ଏକ୍ସପ୍ରେସ ହାଇୱେରେ ଖୋପୋଲି ନିକଟରେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିଲା। ଚିମ୍ବୁର ଅଞ୍ଚଳର ଏକ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ପିକନିକ୍‌ କରିବାକୁ ଖୋପୋଲି ଯାଉଥିବା ବେଳେ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣାରେ ୨ଜଣ ମୃତ୍ୟୁବରଣ କରିଥିବା ବେଳେ ୪୬ ଜଣ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି ।

କିଛିଦିନ ତଳେ ମହାରାଷ୍ଟ୍ରରେ ପୁନେ ଜିଲ୍ଲାରେ ଲୋହଗଡ କିଲ୍ଲା ପାଖରେ ବସ୍‌ ଦୁର୍ଘଟଣା ଯୋଗୁଁ ୧୫ ଜଣ ଛାତ୍ରଙ୍କ ସମେତ ୧୭ ଲୋକ ଆହତ ହୋଇଛନ୍ତି । ପୋଲିସ ଅଧିକାରୀ କହିଛନ୍ତି, ଏକ ଘରୋଇ ଟ୍ୟୁସନ କ୍ଲାସର ପିଲାମାନେ ସେମାନଙ୍କୁ ଦେଖାଶୁଣା କରିଥିବା ଦୁଇ ଜଣ ଲୋକଙ୍କୁ ନେଇ କିଲ୍ଲା ବୁଲିବାକୁ ଯାଇଥିଲେ । ଏମାନଙ୍କ ମଧ୍ୟରୁ ଆହତ ହୋଇଥିବା ୧୨-୧୫ ଜଣ ଛାତ୍ର ଥିଲେ । ବସର ବ୍ରେକ ଫେଲ ହେବା ଯୋଗୁଁ ଗାଡି ଅନିୟନ୍ତ୍ରିତ ହୋଇ ଦୁର୍ଘଟଣା ହୋଇଥିଲା। ବସ୍‌ରେ ପାଖାପାଖି ୨୮ ଜଣ ଛାତ୍ର ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.