Below header

ଅଗରତାଲା ମୁକ୍ତଧାରା ପ୍ରେକ୍ଷାଳୟରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ସମସ୍ତଙ୍କୁ ଶିକ୍ଷା’ ସମ୍ପର୍କିତ କର୍ମଶାଳା

ଅଗରତାଲା(କେନ୍ୟୁଜ୍) : ସମସ୍ତଙ୍କୁ ଶିକ୍ଷା । ତ୍ରିପୁରା ଅଗରତାଲା ମୁକ୍ତଧାରା ପ୍ରେକ୍ଷାଳୟରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଥିଲା । ଜଷ୍ଟିସ ୟୁ. ବି. ଶାହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କିଟ୍‌ ଏଜୁକେସନ୍‌ ସମିଟ୍‌କୁ ଉଦଘାଟନ କରିଥିଲେ । କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତଙ୍କ ଆହ୍ଵାନରେ ପ୍ରତ୍ୟେକଙ୍କ ପାଇଁ ଶିକ୍ଷା ସମ୍ପର୍କରେ ଏଠାରେ ଆଲୋଚନା ହୋଇଥିଲା । ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଥିଲେ ଅତିଥି । ୧୪ ବର୍ଷରୁ ବୟସ ପର୍ଯ୍ଯନ୍ତ ପିଲାଙ୍କ ପାଇଁ ଶିକ୍ଷାକୁ ବାଧ୍ୟତାମୂଳକ କରିବା ଉପରେ ଗୁରୁତ୍ୱ ଦେଇଥିଲେ ଜଷ୍ଟିସ୍‌ ୟୁ. ବି. ଶାହା ।

kiittକିସ୍‌ ବିଶ୍ୱବିଦ୍ୟାଳୟରେ ୨୭ ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମାଗଣା ଶିକ୍ଷାଦାନ ଉପରେ ବି ସମସ୍ତେ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ରରେ କିଟ୍‌ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ପ୍ରଶେର ସସ୍ମିତା ସାମନ୍ତ, ତ୍ରିପୁରା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବିଜୟ ଏଲ୍‌. ଧାରୁକା ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ଥିଲେ କିଟ୍‌ର ବହୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.