ଟିଟିଲାଗଡ଼ : ଜମି ବିବାଦରୁ ସାନଭାଇକୁ ହତ୍ୟା କଲା ବଡ଼ ଭାଇ

ଟିଟିଲାଗଡ଼ (କେ ନ୍ୟୁଜ୍‌) : ଜମି ବିବାଦରୁ ସାନଭାଇକୁ ମାରି ଶୁଆଇ ଦେଲା ବଡ଼ ଭାଇ । ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଲ ଫାଣ୍ଡି ଅଞ୍ଚଳରେ ଘଟିଛି ଏହି ଘଟଣା ।

ଏଠାକାର ବଡ଼ମାଲ ଗାଁରେ ଜମି ବିବାଦକୁ ନେଇ ଦୁଇ ଭାଇ ଦେବେରାଜ ଭୋଇ ଓ ଟିକେଚନ ଭୋଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବଡ଼ ଭାଇ ଟିକେଚନ ରାଗିଯାଇ ବାଡ଼ିରେ ମାଡ଼ ମାରିବା ସହ ସାନଭାଇ ବେକରେ ଗାମୁଛା ଭିଡ଼ି ଦେବାରୁ ଘଟଣା ସ୍ଥଳରେ ଦେବେରାଜର (୪୫) ମୃତ୍ୟୁ ଘଟିଛି । ଏ ନେଇ ସଇଁତଲା ଥାନାରେ ଅଭିଯୋଗ ହୋଇଛି.।

ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ପାଇ ବଡ଼ମାଲ ପୋଲିସ ଓ ସଇଁତଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ଦେବେରାଜର ଶବ ଜବତ କରିବା ସହ ଟିକେଚନକୁ ପୋଲିସ ଅଟକ ରଖିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.