ଓଡ଼ିଶା ନିର୍ବାଚନ ତାରିଖ ଘୋଷଣା : ଜାଣନ୍ତୁ ଆପଣ କେବେ ଦେବେ ଭୋଟ୍‌

ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ ଆଜି ନିର୍ବାଚନ କମିସନର ତାରିଖ ଘୋଷଣା କରିଛନ୍ତି । ଫଳରେ ଆଜିଠାରୁ ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ସାରା ଦେଶରେ ୭ ଫେଜରେ ଲୋକସଭା ଭୋଟ ଏବଂ ଓଡ଼ିଶାରେ ୪ଫେଜରେ ଭୋଟ ନେଇ ଘୋଷଣା କରାଯାଇଛି ।

କେନ୍ୟୁଜ (ବ୍ୟୁରୋ) : ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ ଆଜି ନିର୍ବାଚନ କମିସନର ତାରିଖ ଘୋଷଣା କରିଛନ୍ତି । ଫଳରେ ଆଜିଠାରୁ ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ସାରା ଦେଶରେ ୭ ଫେଜରେ ଲୋକସଭା ଭୋଟ ଏବଂ ଓଡ଼ିଶାରେ ୪ଫେଜରେ ଭୋଟ ନେଇ ଘୋଷଣା କରାଯାଇଛି । ଓଡ଼ିଶାରେ ମେ ୧୩, ୨୦, ୨୫ ଓ ଜୁନ ୧ ରେ ନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶାରେ ପ୍ରଥମ ଫେଜ ମେ ୧୩ ରେ କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଲୋକସଭା ଓ ତତ୍‌ ସଂଲଗ୍ନ ୨୮ ଟି ବିଧାନସଭା କ୍ଷେତ୍ରରେ , ମେ ୨୦ରେ ବରଗଡ, ବଲାଙ୍ଗୀର,ଆସିକା, ସୁନ୍ଦରଗଡ଼,କନ୍ଧମାଳ ଲୋକସଭା ଓ ତତ୍‌ ସଂଲଗ୍ନ ୩୫ ଟି ବିଧାନସଭା, ମେ ୨୫ରେ ସମ୍ବଲପୁର,କଟକ,ପୁରୀ,କେନ୍ଦୁଝର,ଢ଼େଙ୍କାନାଳ,ଭୁବନେଶ୍ୱର ଲୋକସଭା ଓ ତତ୍‌ ସଂଲଗ୍ନ ୪୨ ଟି ବିଧାନସଭା ଓ ଜୁନ ୧ରେ ମୟୁରଭଞ୍ଜ,କେନ୍ଦ୍ରାପଡା, ଯାଜପୁର,ବାଲେଶ୍ୱର,ଭଦ୍ରକ,ଜଗତସିଂହପୁର ଲୋକସଭା ଓ ତତ୍‌ ସଂଲଗ୍ନ ୪୨ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ । ସାରା ଦେଶରେ ଜୁନ ୪ ତାରିଖ ମଙ୍ଗଳବାର ଦିନ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନରଙ୍କ ପକ୍ଷରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.