ରାସ୍ତାରେ ହୁ ହୁ ହୋଇ ଜଳିଗଲା ସ୍କୁଟି, ଅଳ୍ପକେ ବର୍ତ୍ତି ଗଲେ ଚାଳକ

ରାସ୍ତାରେ ହୁହୁ ହୋଇ ଜଳିଗଲା ସ୍କୁଟି । ଆଜି ଅପରାହ୍ନ ରେ ଛତ୍ରପୁର ଜାତୀୟ ରାଜପଥ ସତ୍ୟବାଦୀ ନଗର ନିକଟରେ ଘଟିଛି ଏଭଳି ଘଟଣା । ଜୈନିକ ବ୍ୟକ୍ତି ନିଜ ସ୍କୁଟି ଧରି କୌଣସି କାମରେ ବାହାରକୁ ଯାଉଥିବା ବେଳେ ଗାଡିରୁ ଧୂଆଁ ବାହାରି ନିଆଁ ଲାଗି ଜଳିଯାଇଥିବା ଦେଖିବାକୁ ମିଳିଛି ।

ଛତ୍ରପୁର : ରାସ୍ତାରେ ହୁହୁ ହୋଇ ଜଳିଗଲା ସ୍କୁଟି । ଆଜି ଅପରାହ୍ନ ରେ ଛତ୍ରପୁର ଜାତୀୟ ରାଜପଥ ସତ୍ୟବାଦୀ ନଗର ନିକଟରେ ଘଟିଛି ଏଭଳି ଘଟଣା । ଜୈନିକ ବ୍ୟକ୍ତି ନିଜ ସ୍କୁଟି ଧରି କୌଣସି କାମରେ ବାହାରକୁ ଯାଉଥିବା ବେଳେ ଗାଡିରୁ ଧୂଆଁ ବାହାରି ନିଆଁ ଲାଗି ଜଳିଯାଇଥିବା ଦେଖିବାକୁ ମିଳିଛି ।

ସ୍କୁଟି ଚାଳକ ତୁରନ୍ତ ଗାଡିରୁ ଓଲାଇ ପଡିଥିଲେ । ଖବର ପାଇ ଛତ୍ରପୁର ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ପହଂଚି ନିଆଁକୁ ଆୟତ କରିଥିବା ବେଳେ ଗାଡିଟି ସମ୍ପୁର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିଥିବା ବେଳେ ଗାଡି ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି |

Leave A Reply

Your email address will not be published.