ରାଉରକେଲା ଉଦିତନଗର ଥାନାରେ ଅଭାବନୀୟ ଘଟଣା: ହାଜତରେ ନାବାଳକକୁ ମାଡ଼ ମାରିବା ପରେ ଦିଆଗଲା ଇଲେକ୍ଟ୍ରି ସକ୍‌!

ରାଉରକେଲା: ଥାନା ହାଜତରେ ନାବାଳକକୁ ମାଡ଼ ମାରିବା ପରେ ଇଲେକ୍ଟ୍ରି ସକ୍‌ । ରାଉରକେଲା ଉଦିତନଗର ଥାନାରେ ଘଟିଛି ଏଭଳି ଘଟଣା । ଗତ ୨୬ ତାରିଖରେ ମୋବାଇଲ ଚୋରି ଘଟଣାରେ ସଂପୃକ୍ତ ନାବାଳକୁ ପଚରାଉଚରା ପାଇଁ ଥାନାକୁ ଆଣିଥିଲେ । ସେଠାରେ ନାବାଳକକୁ ୨ ଦିନ ଧରି ପଚାରଉଚାର ସହ ମାଡ଼ ମାରି ଉଲଗ୍ନ କରି ଇଲେକ୍ଟ୍ରି ସକ୍‌ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ପୋଲିସ ମାଡ଼ରେ ନାବାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଯାଇଥିଲା । ରାଉରକେଲାର ଟିମ୍ବର କଲୋନୀ ଅଞ୍ଚଳରେ ମା,ବାପା ଛେଉଁଣ୍ଡ ନାବାଳକଟି ନିଜ ଜେଜେ ମାଙ୍କ ପାଖରେ ରହି ପଢନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଶିଶୁ ମଙ୍ଗଳ ଅଧିକାରୀ ଓ ଚାଇଲ୍‌ଡ ଲାଇନ ପକ୍ଷରୁ ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.